ଘୁନସର ପଞ୍ଚାୟତରେ ଗ୍ରାମ ସଭା ଅନୁଷ୍ଠିତ

ଘୁନସର ପଞ୍ଚାୟତରେ ଗ୍ରାମ ସଭା ଅନୁଷ୍ଠିତସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଆଜି ଗ୍ରାମସଭା ଅନୁଷ୍ଠିତ।ସରପଞ୍ଚ ଅନୁ ରାଧା ସେଠଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ମକାନ୍ତ ପାଣିଗ୍ରାହୀ ସଭା ସଂଯୋଜନା କରିଥିଲେ।ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଗୁଡିକ କିଭଳି ଭାବେ ହୋଇ ପାରିବ ସେନେଇ ଆଲୋଚନା ହୋଇଥିଲା।ସ୍ଥାନୀୟ ବଣା ବିଜାର ଖେଳ ପଡିଆ ଓ ଦେଉଳି ଶିବ ମନ୍ଦିର ନିକଟରେ ଏକ ପାର୍କ ନିର୍ମାଣ କରିବା ପାଇଁ ପ୍ରସ୍ତାବ ମଧ୍ୟ ଉଠିଥିଲା।ଏହି କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ ଦେବରାଜ୍ ନାଏକ,ଚମ୍ପୁ ସେଠ, ସନ୍ତୋଷ ବେହେରା, ପ୍ରକାଶ ଗହୀର,ରବି ଚନ୍ଦ୍ର ନାଏକ,ଅଭିରାମ ବେହେରା, ଅବିନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Spread the love