ବାସ୍ତୁ ଅନୁସାରେ ଲାଲ ଗୋଲାପରେ କରନ୍ତୁ ଏଭଳି ଉପାୟ, ଆର୍ଥିକ ସମସ୍ୟାରୁ ମୁଳିବ ମୁକ୍ତି

ବାସ୍ତୁ ଶାସ୍ତ୍ରରେ ଗଛ ଓ ଉଦ୍ଭିଦମାନଙ୍କର ସ୍ୱତନ୍ତ୍ର ମହତ୍ତ୍ୱ ରହିଥାଏ । ଘରେ ଗଛ ଏବଂ ଉଦ୍ଭିଦ ରହିବା ଦ୍ୱାରା ଆପଣଙ୍କ ଜୀବନ ଉପରେ ପ୍ରଭାବ ପଡିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ, କେତେକ ଉଦ୍ଭିଦ ଆପଣଙ୍କ ଘର ଏବଂ ଜୀବନ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ସେଥିମଧ୍ୟରୁ ତୁଳସୀ ଉଦ୍ଭିଦ, ମନି ପ୍ଲାଣ୍ଟ, ଶମି, କ୍ରାସୁଲା ଇତ୍ୟାଦି । ଏଗୁଡ଼ିକ ଘରେ ସକାରାତ୍ମକ ଶକ୍ତି ସୃଷ୍ଟି କରେ । ଏହା ବ୍ୟତୀତ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଫୁଲଗୁଡ଼ିକ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ନାଲି ଗୋଲାପ ପ୍ରେମର ପ୍ରତୀକ ଭାବରେ ବିବେଚନା କରାଯାଏ। ବାସ୍ତୁଶାସ୍ତ୍ରଙ୍କ ଅନୁଯାୟୀ, ନାଲି ଗୋଲାପ ସୁଖ, ସମୃଦ୍ଧତା ଏବଂ ଭାଗ୍ୟ ସହିତ ଜଡିତ । ଏଥି ସହିତ, ବାସ୍ତୁରେ ନାଲି ଗୋଲାପ ସହିତ ଜଡିତ ଅନେକ ପ୍ରତିକାର ବିଷୟରେ ଉଲ୍ଲେଖ କରାଯାଇଛି । ତେବେ ଶାସ୍ତ୍ରୀ ଅନୁଯାୟୀ ଲାଲ୍ ଗୋଲାପ ସହିତ ଜଡିତ ଜିନିଷ।

ବାସ୍ତୁ ଶାସ୍ତ୍ରରେ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ସେଥିମଧ୍ୟରୁ ନାଲି ଗୋଲାପ ମଧ୍ୟ ଆର୍ଥିକ ସ୍ଥିତିକୁ ସୁଦୃଢ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଲାଲ୍ ଗୋଲାପ ଅନେକ ଲାଭ ଦେଇଥାଏ । ଦେବୀ ଲକ୍ଷ୍ମୀ ସନ୍ଧ୍ୟାରେ ପୂଜାପାଠ ସମୟରେ ଲାଲ ଗୋଲାପ ଉପରେ ମହମବତୀ ଜାଳି ଖୁସି ହୁଅନ୍ତି। ଏହା ଆର୍ଥିକ ସ୍ଥିତିରେ ଉନ୍ନତି ଆଣିଥାଏ । ପରିବାରର କାର୍ଯ୍ୟରେ ଆସୁଥିବା ସମସ୍ୟାଗୁଡ଼ିକରେ ମଧ୍ୟ ଉନ୍ନତି ଆସିଥାଏ ।

ଏହାଛଡା ବାସ୍ତୁ ଶାସ୍ତ୍ର ଅନୁସାରେ ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କ ମନ୍ଦିର ଯାଇ ନାଲି ଗୋଲାପ ଅର୍ପଣ କରନ୍ତୁ । ଏମିତି ୧୧ଟି ଶୁକ୍ରବାର କରନ୍ତୁ। ଏମିତି କରିବା ଦ୍ୱାରା ସୁଖ ଓ ସମୃଦ୍ଧି ଆସିଥାଏ। ଏହାଦ୍ୱାରା ମା’ ଲକ୍ଷ୍ମୀ ଖୁସି ହୋଇଥାନ୍ତି, ଆର୍ଥିକ ସମସ୍ୟାରୁ ଲାଭ ମିଳେ ।

ଜୀବନରେ ସବୁବେଳେ ଲୋକେ ଟେନସନରେ ରହିଥାନ୍ତି। କିନ୍ତୁ ଏଥିରୁ ବଞ୍ଚିବା ପାଇଁ ବାସ୍ତୁଶାସ୍ତ ଅନୁସାରେ ମଙ୍ଗଳବାର ଏବଂ ଶନିବାର ଭଗବାନ ହନୁମାନଙ୍କୁ ସିନ୍ଦୁର ଏବଂ ଚାଦର ଅର୍ପଣ କରନ୍ତୁ। ଏହାଛଡା ଶନିବାର ଦିନ ଶନିଦେବଙ୍କୁ ଅର୍ପଣ କରୁନ୍ତ। ଏହା ସହିତ ଲାଲ୍‌ ଗୋଲାପ ଫୁଲ ମାଳ ଅର୍ପଣ କରନ୍ତୁ। ଏମିତି କରିବା ଦ୍ୱାରା ଜୀବନରେ ଆସୁଥିବା ସମସ୍ତ ଦୁଃଖକଷ୍ଟ ଶେଷ ହେବ। ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ ।

Spread the love