ଉର୍ଫିଙ୍କ ବିରୋଧରେ ପୁଣି ଥାନାରେ ମାମଲା, ରାଗିକି ଏମିତି ଉତ୍ତର ଦେଲେ ଅଭିନେତ୍ରୀ

ଟିଭି ଅଭିନେତ୍ରୀ ଉର୍ଫି ଜାଭେଦ୍ ତାଙ୍କ ଅଭିନୟ କିମ୍ବା କାମ ପାଇଁ ନୁହେଁ ବରଂ ଅତରଙ୍ଗୀ ଫ୍ୟାଶନ୍ ଯୋଗୁଁ ଚର୍ଚ୍ଚାରେ ରୁହନ୍ତି । ଉର୍ଫିଙ୍କର ଫ୍ୟାଶନ ଅନ୍ଦାନ ଦେଖି ଭଲ ଲୋକଙ୍କର ମଧ୍ୟ ମୁଣ୍ଡ ଖରାପ ହୋଇଯାଏ । କେତେ ବେଳେ ସିମ୍‌ କାର୍ଡ ଡ୍ରେସ ତ କେବେ କାଚ ଡ୍ରେସ ଆଉ କେବେ ସାଇକେଲ ଚେନରେ ଡ୍ରେସ କରି ପିନ୍ଧି ଫ୍ୟାନ୍ସଙ୍କୁ ଚକିତ କରୁଛନ୍ତି । ସବୁବେଳେ ବୋଲ୍ଡ ଲୁକ୍‌ ଯୋଗୁଁ ଚର୍ଚ୍ଚାରେ ରହୁଥିବା ଉର୍ଫି ନିଜ ଡ୍ରେସିଂ ସେନ୍ସ ଯୋଗୁଁ ସମଗ୍ର ଦୁନିଆକୁ ଆଶ୍ଚର୍ଯ୍ୟ କରିଦିଅନ୍ତି ।

ଉର୍ଫି ଜାଭେଦଙ୍କ ୟୁନିକ ଲୁକ୍‌କୁ ଅନେକ ଲୋକ ପସନ୍ଦ କରନ୍ତି। ଆଉ କେତେକ ଲୋକ ତାଙ୍କୁ ଟ୍ରୋଲ କରନ୍ତି। ଆଉ ବେଳେ ବେଳେ ତାଙ୍କର ଅନେକ ରିଭିଲିଂ ଡ୍ରେସ ପାଇଁ ତାଙ୍କୁ ଧମକ ମଧ୍ୟ ମିଳିଥାଏ। ଆଉ କେତେକ ଲୋକ ତାଙ୍କୁ ଏମିତି ହରକତ ପାଇଁ କୋର୍ଟକୁ ମଧ୍ୟ ଟାଣିଛନ୍ତି । ଏବେ ତାଙ୍କ ବିରୋଧରେ ମାମଲା ଦାଏର କରିଥିବା ଲୋକଙ୍କୁୁ ନେଇ ଅଭିନେତ୍ରୀ କ୍ରୋଧ ପ୍ରକାଶ କରିଛନ୍ତି ।

ତାଙ୍କ ବିରୋଧରେ ପୋଲିସର ଅଭିଯୋଗ ଯୋଗୁଁ ଉର୍ଫି ଅନେକ ସମସ୍ୟାର ସାମ୍ନା କରୁଛନ୍ତି। ଏହାକୁ ନେଇ ଟେନସନରେ ରହୁଛନ୍ତି । ଲୋକେ କେବଳ ତାଙ୍କ ପୋଷାକକୁ ଟାର୍ଗେଟ କରୁଛନ୍ତି । କିନ୍ତୁ ଯେଉଁମାନେ ଦୁଷ୍କର୍ମ ଏବଂ ହତ୍ୟା ଧମକ ଦେଉଛନ୍ତି, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଉର୍ଫି କହିଛନ୍ତି । ଉର୍ଫି ଇନଷ୍ଟା ଷ୍ଟୋରୀ ଉପରେ ନିଜର କ୍ରୋଧ ପ୍ରକାଶ କରି ଲେଖିଛନ୍ତି, “ମୋ ବିରୋଧରେ ପୋଲିସର ଅଧିକ ଅଭିଯୋଗ ! ଆରେ ଓ୍ଵାହାଃ ! ମୁଁ ଆଶ୍ଚର୍ଯ୍ୟ ହେଇଛି, ଯେଉଁମାନେ ମୋତେ ହତ୍ୟା କରିବେ ଏବଂ ଦୁଷ୍କର୍ମ କରିବେ ବୋଲି ଧମକ ଦେଉଛନ୍ତି ସେମାନଙ୍କ ସହିତ ଲୋକଙ୍କ ପାଖରେ କୌଣସି ଆପତ୍ତି କି ସମସ୍ୟା ନାହିଁ । ମୋର ଡ୍ରେସ ଯୋଗୁଁ ତୁମେ କେବଳ ମୋ ସହିତ ଅଧିକ ପ୍ରୋବଲେମ ଅଛି । କିନ୍ତୁ ଯେଉଁମାନେ ଦୁଷ୍କର୍ମ ଓ ହତ୍ୟା କରନ୍ତି ସେମାନଙ୍କ ସହିତ ନୁହେଁ? ଆଉ ଏକ ଇନଷ୍ଟା ଷ୍ଟୋରୀରେ ଆଉ ଏକ ପୋଷ୍ଟ ସେୟାର କରିଛନ୍ତି। ଉର୍ଫି କାହାଣୀରେ ଏକ ବୋଲ୍ଡ ଅରେଞ୍ଜ ରଙ୍ଗର ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି । ଏହାକୁ ସେୟାର କରି ଉର୍ଫି ଲେଖିଛନ୍ତି ‘ ଏବେ ମୁଁ ରେଷ୍ଟୁରାଣ୍ଟରେ ରହିଛି । ମୁଁ ବହୁତ ସୁନ୍ଦର ଦେଖାଯାଉଛି । ଦୟାକରି ଏହି ଭିଡିଓକୁ କୋର୍ଟରେ ପ୍ରମାଣ ଭାବେ ଦେଖାନ୍ତୁ ଏହା ମୋର ଅନୁରୋଧ ।

Spread the love