ଶେଷରେ ଅର୍ଚ୍ଚନା ନାଗଙ୍କୁ ବାନ୍ଧିଲା ଇଡି

ବ୍ଲାକ୍ମେଲ କୁଇନ୍ ଅର୍ଚ୍ଚନା ନାଗଙ୍କୁ ଗିରଫ କଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ୭ ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା ପରେ ଅର୍ଚ୍ଚନାଙ୍କୁ ଇଡି ଗିରଫ କରିଛି । ଅର୍ଚ୍ଚନାଙ୍କ ବିରୋଧରେ ବଳିଷ୍ଟ ପ୍ରମାଣ ଯୋଗାଡ କରିବା ପରେ ତାଙ୍କୁ ଗିରଫ କରାଯାଇଛି । ସେହିପରି ତଦନ୍ତରେ ଅର୍ଚ୍ଚନା ସହଯୋଗ କରୁ ନଥିବାରୁ ତାଙ୍କୁ ରିମାଣ୍ଡରେ ନେଇ ଅଧିକ ଜେରା କରିବ ଜାତୀୟ ତଦନ୍ତକାରୀ ସଂସ୍ଥା । ୭ ଦିନ ରିମାଣ୍ଡରେ ନେବା ପାଇଁ ଇଡି ଆବେଦନ କରିଥିବାବେଳେ କୋର୍ଟ ୬ ଦିନର ଅନୁମତି ଦେଇଛନ୍ତି । ସେପଟେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ବି ୯ ଦିନିଆ ରିମାଣ୍ଡରେ ନେଇ ଜେରା କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ ।

Spread the love