Skip to content
-
ଆବଶ୍ୟକ ସାମଗ୍ରୀ
- ମିଡିୟମ୍ ସାଇଜର ଗାଜର
- କଟା ବିନ୍ସ (୫୦ ଗ୍ରାମ)
- କଟା କୋବି ପତ୍ର (୧/୨ କପ୍)
- ଛୋଟ କଟା ହୋଇଥିବା ରସୁଣ ୨ ଛୋଟ ଚାମଚ୍
- କଦ୍ଦୁକସ୍ ଅଦା ୨ ଛୋଟ ଚାମଚ
- ସୋୟା ସସ୍ ୨ ଚାମଚ୍
- ଧଳା ଭିନେଗାର ୨ ଛୋଟ ଚାମଚ୍
- ଲୁଣ ସ୍ୱାଦାନୁସାରେ
- ଗୋଲମରୀଚ ପାଉଡର ୨ ଛୋଟ ଚାମଚ୍
- ରାଶି ତେଏ ୨ ଛୋଟ ଚାମଚ୍
- କର୍ଣ୍ଣଫ୍ଲୋର ୨ ଛୋଟ ଚାମଚ୍
- ଆବଶ୍ୟକ ହିସାବରେ ପାଣି
- ରାଇସ୍ ନୁଡଲ୍ସ ୧ କପ୍
- ଗାର୍ନିସିଙ୍ଗ ପାଇଁ କଟା ପିଆଜ
ପ୍ରସ୍ତୁତି ପ୍ରଣାଳୀ
- ସମସ୍ତ ପରିବାକୁ ଭଲଭାବେ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ।
- ପ୍ୟାନରେ ତେଲ ପକାଇ ହାଇ ଫ୍ଲେମରେ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଅଦା, ରସୁଣ ଏବଂ ପିଆଜ ପକାଇ ଭଲଭାବେ ଭାଜି ଦିଅନ୍ତୁ।
- ଏହାପରେ ପରିବାକୁ ପ୍ୟାନରେ ପକାନ୍ତୁ ଏବଂ ଭଲଭାବେ ମିଶାଇ ୪ ରୁ ୫ ମିନିଟ୍ ପର୍ଯ୍ୟନ୍ତ ଚଲାନ୍ତୁ।
- ଏବେ ପରିବାରେ ସୋୟା ସସ୍ ଏବଂ ଭିନେଗାର ପକାନ୍ତୁ।
- ଏହାପରେ ଦୁଇ କପ୍ ପାଣି ଦେଇ ଫୁଟିବା ପାଇଁ ଛାଡନ୍ତୁ।
- କର୍ଣ୍ଣଫ୍ଲୋରରେ ଅଳ୍ପ ପାଣି ପକାଇ ଘୋଳ ବନାଇ ଦିଅନ୍ତୁ। ଏହି କଥାକୁ ଧ୍ୟାନ ଦିଅନ୍ତୁ ଯେ ଏଥିରେ ଯେପରି କିଛି ବିଣ୍ଡା ନହେବ।
- କର୍ଣ୍ଣଫ୍ଲୋରକୁ ପାଣିର ସୁପ ଥିବା ପ୍ୟାନରେ ପକାନ୍ତୁ ଏବଂ ଲଗାତର ଚଲାଇ ମିକ୍ସ କରନ୍ତୁ।
- ଏବେ ସୁପକୁ ମିଡିୟମ୍ ଆଞ୍ଚରେ ୩ ରୁ ୪ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ।
- ଏହାପରେ ସୁପରେ ଲୁଣ ଏବଂ ଗୋଲମରୀଚ ପାଉଡର ପକାନ୍ତୁ।
- ଆଉ ଏକ ପ୍ୟାନରେ ୨ କପ୍ ପାଣି ଏବଂ ନୁଡଲ୍ସ ପକାଇ ଫୁଟିବାକୁ ଛାଡନ୍ତୁ।
- ଫୁଟି ଆସିବା ପରେ ନୁଡଲ୍ସକୁ ଆଞ୍ଚରୁ ଓହ୍ଲାଇ ପାଣିକୁ ଛାଣି ଦିଅନ୍ତୁ। ନୁଡଲ୍ସରେ ଥଣ୍ଡା ପାଣି ପକାନ୍ତୁ। ଏହାପରେ ତେଲ ପକାଇ ଏକ ପ୍ଲେଟରେ ଖେଳାଇ ରଖିଦିଅନ୍ତୁ।
- ନୁଡଲ୍ସକୁ ସିଝାଇ ଥିବା ପ୍ୟାନକୁ ସଫା କରନ୍ତୁ। ଏହାକୁ ମିଡିୟମ୍ ଆଞ୍ଚରେ ରଖି ଅଳ୍ପ ତେଲ ପକାଇ ନୁଡଲ୍ସକୁ କ୍ରିସପି ହେବା ପର୍ଯ୍ୟନ୍ତ ଫ୍ରାଏ କରିନିଅନ୍ତୁ।
- ଧ୍ୟାନ ରଖନ୍ତୁ ଯେପରି ତେଲ ଅଧିକ ହେବନାହିଁ।
- ନୁଡଲ୍ସକୁ ପେପର ଟାେଓ୍ଵଲ ଉପରେ ବାହାର କରିଦିଅନ୍ତୁ।
- ଏବେ ସୁପକୁ ଆଞ୍ଚରୁ ତଳକୁ ଓହ୍ଲାଇ ଦିଅନ୍ତୁ।
- ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଏକଦମ୍ ବଜାର ଭଳି ଭେଜ୍ ମନଚାଓ୍ଵ ସୁପ୍।
- ଏହାକୁ ସର୍ଭ କରିବା ସମୟରେ ଆପଣ ଏହା ଉପରେ ନୁଡଲ୍ସ ନଚେତ ପିଆଜ ପକାଇ ପାରିବେ।
Post Views: 115