ଆସନ୍ତାବର୍ଷରୁ ଜେଏନ୍‌ୟୁରେ ଓଡ଼ିଆ ପାଠ୍ୟକ୍ରମ

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ)ରେ ଆସନ୍ତାବର୍ଷ ଖୋଲିବ ଭାରତୀୟ ଭାଷା ସ୍କୁଲ। ବିଭିନ୍ନ ଭାଷାରେ ସାହିତ୍ୟ,ସଂସ୍କୃତି ଏବଂ ଇତିହାସ ପାଠ୍ୟକ୍ରମ ପ୍ରଚଳନ ହେବ। ଏଠାରେ ଛାତ୍ରଛାତ୍ରୀ ସାର୍ଟିଫିକେଟ ପାଠ୍ୟକ୍ରମ ସହ ସ୍ନାତକୋତ୍ତର ପାଠ୍ୟକ୍ରମରେ ସାମିଲ ହେବେ।

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସମେତ ତାମିଲନାଡ଼ୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଆସାମ ଓ ପଣ୍ଡିଚେରୀ ଏଥି ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ୫ଟି ରାଜ୍ୟ ସରକାର ୧୦ କୋଟି ଲେଖାଏ ପାଣ୍ଠି ଯୋଗଇ ଦେବେ। ସମ୍ବନ୍ଧିତ ରାଜ୍ୟ ସରକାରଙ୍କ ଦ୍ବାରା ପାଠ୍ୟକ୍ରମର ରୂପରେଖ ମଧ୍ୟ ପ୍ରସ୍ତୁତ ହେବ। ‌ବିଶ୍ବବିଦ୍ୟାଳୟ ପକ୍ଷରୁ ଅନ୍ୟ ରାଜ୍ୟମାନଙ୍କ ସହିତ ମଧ୍ୟ ଏଥି ପାଇଁ ବିଚାରବିମର୍ଶ ଚାଲିଛି।

Spread the love