କୋରାପୁଟ ଲୋକ ମହୋତ୍ସବ ପରବକୁ ୨୫ ବର୍ଷ, ଶୀତରେ ବି ଜମୁଛି ଉତ୍ସବ

 ଉଦଘାଟିତ ହୋଇଛି କୋରାପୁଟର ଲୋକ ମହୋତ୍ସବ ପରବ । ଚଳିତ ବର୍ଷ ପରବକୁ ପୂରିଛି ୨୫ ବର୍ଷ । ୩ ଦିନ ଧରି ଚାଲିବ କାର୍ଯ୍ୟକ୍ରମ । ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଛନ୍ତି । ପ୍ରଥମ ଦିନରେ ପ୍ରବଳ ଶୀତ ଓ କୁହୁଡ଼ିରେ ଦର୍ଶକଙ୍କ ଭିଡ଼ ଜମିଥିଲା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୮ ଜଣ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା । ଅଦିବାସୀ ନୃତ୍ୟ, ଓଡ଼ିଶୀ ନୃତ୍ୟ, ଘୁମୁରା, ସମ୍ବଲପୁରୀ ନୃତ୍ୟ ସହ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା କଳାକାର ନୃତ୍ୟ ପରିବେଷଣ କରିଥିଲେ।

ସୋମବାର ଉଦଯାପିତ ହେବ ପରବ ଲୋକ ମହୋତ୍ସବ। ତେବେ ୨୧ ତାରିଖ ଯାଏଁ ଚାଲିବ ପଲ୍ଲିଶ୍ରୀ ମେଳା । ଏଥିରେ ଜିଲ୍ଲାର ଉତ୍ପାଦିତ ଦ୍ରବ୍ୟ ସମେତ ହସ୍ତକଳା, ହସ୍ତ ଶିଳ୍ପ ଭାଗ ନେଇଛନ୍ତି । ଲୋକ ସଂଗୀତ ସହ ରାଜ୍ୟ ବାହାରୁ ନୃତ୍ୟ ସଂଗୀତ ଦଳ ଭାଗ ନେଇଛନ୍ତି। ମେଳାରେ ୩୫୦ଟି ଷ୍ଟଲର ବ୍ୟବସ୍ଥା ହୋଇଛି। ଭଳିକି ଭଳି ସୁୁସ୍ୱାଦୁ ଖାଦ୍ୟର ପସରା ଲାଗିଛି। ପରବ ମଣ୍ଡପ ଆଉ ପଡିଆକୁ ଆକର୍ଷଣୀୟ ଆଲୋକ ମାଳାରେ ସଜା ଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି। ଏବର୍ଷ ପରବ ଲୋକ ମହୋତ୍ସବକୁ ୨୫ ବର୍ଷ ପୂରୁଥିବାରୁ କମିଟି ପକ୍ଷରୁ ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି ।

Spread the love