୨୫ରୁ ଆରମ୍ଭ ହେବ ଶୁଲିଆ ମହୋତ୍ସବ

ସଇଁନ୍ତଲା – ଏବର୍ଷ ର ଶୁଲିଆ ମହତ୍ସୋବ ପାଳନ କରିବା ପାଇଁ ଆଜି ଶୁଲିଆ ମହତ୍ସୋବ କମିଟିର ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡିସେମ୍ବର ୨୫ରୁ ୨୭ ପର୍ଯ୍ୟନ୍ତ ତିନି ଦିନ ଧରି ଧୁମଧାମ୍‌ରେ ଶୁଲିଆ ମହତ୍ସୋବ ପାଳନ କରାଯିବା ନେଇ କମିଟି ସୂଚନା ଦେଇଛି । ବିଗତ ଦୁଇ ବର୍ଷ ହେବ କୋଭିଡ କଟକଣା ଯୋଗୁଁ ସାଧାରଣ ଜନତାଙ୍କ ପାଇଁ ଏହି ମହୋତ୍ସବ ବନ୍ଦ ରହିଥିବା ବେଳେ ଏବର୍ଷ ଶୁଲିଆ ଭକ୍ତମନେ କିପରି ଅବାଧରେ ମାଁଙ୍କ ଦର୍ଶନ ପାଇବା ସହିତ ତିନି ଦିନ ଧରି ମନୋରଞ୍ଜନ କରି ପାରିବେ ତାଉପରେ କମିଟି ବିଶେଷ ଧ୍ୟାନ ଦେଇଛି ବୋଲି କମିଟିର ସଭାପତି ମୟ ପଧାନୀ କହିଛନ୍ତି । ଖଇରଗୁଡା ସ୍ଥିତ ଶୁଲିଆପଦାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ପଧାନୀ ନିଜ ପ୍ରତିକ୍ରିୟାରେ ଆହୁରି କହିଛନ୍ତି ଯେ, ସମସ୍ତ ଦ୍ୱନ୍ଦର ଅବସାନ ଘଟିଛି । ସମସ୍ତ ଶୁଲିଆ ଆୟୋଜକ ମିଳିତ ଭାବେ ଶୁଲିଆ ମହୋତ୍ସବ ପାଳନ କରିବା ନେଇ ସହମତି ପ୍ରଦାନ କରିଛନ୍ତି । ବିଗତ ବର୍ଷମାନଙ୍କରେ ପିଇବା ପାଣି, ଯାତାୟତ ଓ ଟ୍ରାଫିକକୁ ନେଇ ଅନେକ ସମସ୍ୟା ଦେଖା ଦେଉଥିଲା । ଗତ ୧୬ ତାରିଖରେ ଶୁଲିଆ କମିଟି ପକ୍ଷରୁ ଏହାର ସମାଧାନ ନେଇ ଜିଲ୍ଲା ପ୍ରଶାସନ ସହ ସବିଶେଷ ଚର୍ଚ୍ଚା କରାଯାଇଥିଲା । ଜିଲ୍ଲା ପ୍ରଶାସନ ଏସବୁ ଦିଗରେ ସୁବନ୍ଦୋବସ୍ତ କରାଯିବା ସହ ଭକ୍ତମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି । ତାଛଡା ଶୁଲିଆ ମହୋତ୍ସବକୁ ଆହୁରି ଲୋକାଭୀମୁଖି ତଥା ମନୋରଞ୍ଜକ କରିବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ କମିଟି ଅଣ୍ଟା ଭିଡିଛି । ଯାହା ସାରା ରାଜ୍ୟର ଶୁଲିଆ ପ୍ରେମୀଙ୍କୁ ଆକୃଷ୍ଟ କରିବା ସହ ଅଂଚଳର ଆଦିବାସୀ ସଂସ୍କୃତିକୁ ଆହୁରି ବ୍ୟାପକ ଓ ଦିର୍ଘସ୍ଥାୟୀ କରିବ ବୋଲି ଶ୍ରୀ ପଧାନୀ ପ୍ରାକାଶ କରିଛନ୍ତି । ସେହିପରି ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ସମସ୍ତ ରିତି ନୀତି ଅନୁସାରେ ପୁଜା କରାଯିବ । ସୋମବାର ଦିନ ସକାଳୁ ବରଣ, ସଂନ୍ଧ୍ୟାରେ ନିଶି ଓ ମଙ୍ଗଳବାର ସକାଳୁ ବିଧିବଦ୍ଧ ଭାବେ ପୁଜା କରାଯିବ ବୋଲି ଶୁଲିଆର ମୁଖ୍ୟ ପୁଜକ ସୁଚନା ଦେଇଛନ୍ତି । ଆଜିର ଏହି ବୈଠକରେ ଶୁଲିଆ ମହୋତ୍ସବ କମିଟିର ଉପସଭାପତି ପ୍ରଫୁଲ୍ଲ ଦାଶ, ଅନ୍ତ ଚୌହାନ, ସଂପାଦକ ପ୍ରଭାତ ପାତ୍ରମ ସହ ସଂପାଦକ ସତ୍ୟ କାଲସାଏ, ରାଜେନ୍ଦ୍ର ପାଣୀ, କୋଷାଧକ୍ଷ୍ୟ ସୁର୍ଯ୍ୟକାନ୍ତ ରଣା, ମନବୋଧ ହରପାଲ, ପରମେଶ୍ୱର ନାଏକ, ଲୋଚନ ହନ୍ନା, ସୁଦର୍ଶନ ପଧାନ, ସୁବାଷ ନାଏକ, ଅର୍ଜୁନ ସାହୁ ଓ ଅମର ରଣାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Spread the love