୩ ମାସର କଅଁଳା ଶିଶୁ କନ୍ୟାକୁ ବିକ୍ରି ବେଳେ ଉଦ୍ଧାର କଲା ଚାଇଲଡ ଲାଇନ

ଅଭାବ ଅନଟନ ମଣିଷକୁ କେତେବେଳେ କାହାକୁ କେଉଁ ମୋଡରେ ନେଇ ଠିଆ କରାଇ ଦେଇଥାଏ ତାହା ଜଣାନଥାଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର ବ୍ଲକର ବିଷ୍ଣୁପୁର ଗାଁରେ। ମହିଳା ଜଣକ ଘର ଘର ବୁଲି ନିଜର ୩ ମାସର ଶିଶୁକନ୍ୟାକୁ ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ଏଥିରେ ହସ୍ତକ୍ଷେପ କରିଛନ୍ତି ଚାଇଲଡ ହେଲ୍ପ ଲାଇନର ସଦୟମାନେ। କଣ ପାଇଁ ମହିଳା ଜଣଙ୍କ ନିଜ ଶିଶୁକନ୍ୟାକୁ ବିକ୍ରି କରିବାକୁ ଚାହୁଁଥିଲେ ତାର କାରଣ ଜାଣିବା ଓ ଏହାର ନିରାକରଣ ପାଇଁ ଚେଷ୍ଟା କରିଛି ଚାଇଲ୍ଡ ହେଲ୍ପ ଲାଇନ।

କେନ୍ଦୁଝର ହାଟଡିହ ବ୍ଲକ ବିଷ୍ଣୁପୁର ଗାଁରେ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ। ମା’ ଟିଏ ନିଜ ୩ ମାସର ଶିଶୁ କୁ ବିକ୍ରି କରିବା ପାଇଁ ଘର ଘର ବୁଲି ମୂଲଚାଲ କରୁଛି ଯେମିତି ପରିବା ବିକୁଛି। ଶାଳନିଆ ପଞ୍ଚାୟତର ମନୋହରପୁର ଗାଁରେ ରହୁଥିବା ମମତା ଦାଶ ନାମକ ଏହି ମହିଳା ନିଜ ସ୍ୱାମୀ ଓ ଶାଶୁଙ୍କୁ ହରାଇ ଅସହାୟ ହୋଇ ପଡ଼ିଥିଲେ। ତାଙ୍କ ପାଖରେ ନା ଅଛି ଆଧାର କାର୍ଡ ନା ଅଛି ରାସନ୍‌ କାର୍ଡ । ନିଜର ତିନୋଟି ଶିଶୁଙ୍କୁ ନେଇ କେମିତି ଜୀବନ ବଂଚିବେ? ବାଧ୍ୟହୋଇ ନିଜ ଶିଶୁକନ୍ୟାକୁ ବିକ୍ରି କରିବାକୁ ଚାହୁଁଥିବା ମମତା କହିଛନ୍ତି।

ସ୍ୱାମୀ ଓ ଶାଶୂ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଏଯାଏଁ କୌଣସି ସରକାରୀ ସୁବିଧା ମିଳିନାହିଁ । ବଡ଼ ପୁଅକୁ ଜଣେ ବ୍ୟକ୍ତି ନେଇଯାଏ ଚଳାଉଛନ୍ତି। ଆଉ ୩ ଝିଅଙ୍କ ଦାୟିତ୍ୱ ନେବା ମମତାଙ୍କ ପାଇଁ ସମ୍ଭବପର ନୁହେଁ। ତୁରନ୍ତ ମହିଳା ଜଣକୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ଅନ୍ୟପଟେ ସାହଯ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ଶିଶୁ ଓ ମାଆକୁ ସୁରକ୍ଷା ଯୋଗାଇ ହେବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଚାଇଲ୍ଡ ହେଲ୍ପ ଲାଇନ ସଦସ୍ୟମାନେ।

Spread the love