ବାର୍ଷିକ ସାନ୍ତାଳୀ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଛିଲକା’ର ୫ମ ସଂସ୍କରଣ, ସମ୍ମାନୀୟ ଅତିଥି ଭାବେ ଯୋଗ ଦେଲେ କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି

ଅଲ ଓଡ଼ିଶା ଆଦିବାସୀ ଫୋରମ୍‌ ପକ୍ଷରୁ ବାର୍ଷିକ ସାନ୍ତାଳୀ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଛିଲକା’ର ୫ମ ସଂସ୍କରଣ ଅନୁଷ୍ଠିତ । କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ଯୋଗ ଦେଇ ଜନଜାତି ସଂପ୍ରଦାୟର ଲୋକେ ସେମାନଙ୍କର ସ୍ୱତନ୍ତ୍ର ବଜାୟ ରଖିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ ।

କିସ୍‌ ଜରିଆରେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଜନଜାତି ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ଦିଗରେ ତାଙ୍କର ଉଦ୍ୟମ ଜାରି ରଖିଥିବା ଉଲ୍ଲେଖ କରିଥିଲେ । କିସ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ କିସରେ ଜନଜାତି ସଂସ୍କୃତିର ସୁରକ୍ଷା ଦିଗରେ କାର୍ଯ୍ୟକ୍ରମ ଜାରି ରହିଛି ।

କିସରେ ଥିବା ଲାଙ୍ଗୁଏଜ ଲ୍ୟାବର ଶ୍ରେଣୀ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଲ୍‌ ଓଡ଼ିଶା ଆଦିବାସୀ ଫୋରମର ସଭାପତି କାରୁ ମୁର୍ମୁ, ନାଲକୋ ସିଭିଓ ସୋମନାଥ ହାଁସଦା, ଉଦୟନାଥ ମାଝୀ, କିସ୍‌ ବିଶ୍ୱବିଦ୍ୟାଳୟର ମହାନିର୍ଦ୍ଦେଶକ ଡ କାହ୍ନୁଚରଣ ମାହାଲି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜନଜାତି କଳାକାରଙ୍କ ଦ୍ୱାରା ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Spread the love