ଚୀନକୁ ଶିକ୍ଷା ଦେବ ଭାରତ… ସୀମା ସୁରକ୍ଷା ପାଇଁ ୧୭ ଶହ କିମିର ଆକ୍ସନ ପ୍ଲାନ୍

ପଡୋଶୀ ଦେଶ ଚୀନ ସହ ବଢୁଥିବା ବିବାଦ ଭିତରେ କେନ୍ଦ୍ର ସରକାର ଏକ ବଡ ଫଇସଲା ନେଇଛନ୍ତି । କେନ୍ଦ୍ର ଆଗାମୀ ୫ ବର୍ଷ ପାଇଁ ଅରୁଣାଚଳ ପ୍ରଦେଶରେ ଏକ ନୂଆ ହାଇୱେ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଏହି ରାଜପଥ ଭାରତ- ତିବତ- ଚୀନ-ମିଆଁମାର ସୀମାରେ ନିକଟରେ ନିର୍ମାଣ ହେବ । ଏହି ରାଜପଥର କିଛି ଅଂଶ ଅନ୍ତର୍ଜାତୀୟ ସୀମାରୁ ୨୦ କିଲୋମିଟର ଦୂରରେ ନିର୍ମାଣ କରାଯିବ । ଏହା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ୧୭୪୮ କିଲୋମିଟର ଲମ୍ବା ଏହି ରାଜପଥ ଦୁଇ ଲେନ ବିଶିଷ୍ଟ ହେବ । ଏହାର ଉଦ୍ଦେଶ୍ୟ ହେଉଛି କ୍ଷେତ୍ରୀୟ ପଳାୟନକୁ ରୋକିବା  ନିକଟରେ ସଡକ ଓ ରାଜପଥ ମନ୍ତ୍ରାଳୟ ଦ୍ୱାରା ଏହି ଲମ୍ବା ରାଜପଥ ନିର୍ମାଣ ହେବାକୁ ଯାଉଛି । ଏହାକୁ ଏନଏଚ-୯୧୩ ଭାବେ ନାମିତ କରାଯିବ । ଆଗାମୀ ସମୟରେ ରାଜପଥ ସୁରକ୍ଷା ବଳକୁ ସୀମାରେ ପହଞ୍ଚିବା ପାଇଁ ସହଜ ହେବ । ସେହିଭଳି ପଡୋଶୀ ଦେଶ ସହ ଥିବା ବିବାଦ ସମୟରେ ମଧ୍ୟ ଅସ୍ତ୍ରଶସ୍ତ୍ର ଏବଂ ସେନାର ବୃଦ୍ଧି କରାଯାଇପାରିବ । ଚୀନ କଥିତ ଭାବେ ଏଲଏସି ନିକଟରେ ନିଜର ବୁନିଆଦୀ ଢାଞ୍ଚାକୁ ନିର୍ମାଣ କରିବାରେ ଲାଗିଛି ।

ଏହାର ଜବାବରେ ଭାରତ ସରକାର ଏହି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାଜପଥଟି ବେମଡିଲାରୁ ଆରମ୍ଭ ହୋଇ ନଫରା, ହୁରୀ ଏବଂ ମୋନୀଗଙ୍ଗ ଦେଇ ଭାରତ ତିବତ ସୀମାର ପାଖ ଅଞ୍ଚଳ ଦେଇ ଗତି କରିବ । ଏହା ଭାରତ ଚୀନ ସୀମାର ନିକଟ ଜିଦୋ ଏବଂ ଚେକ୍ୱିଂଟି ଦେଇ ଭାରତ-ମିଆଁମାର ସୀମା ସ୍ଥିତ ବିଜୟନଗର ଯାଏ ଯିବ । ଏହି ପୂରା ପ୍ରକଳ୍ପ ୯ ଟି ଅଂଶରେ ବିଭକ୍ତ ହୋଇଛି । ଏଥିରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ୨୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଏହି ଟଙ୍କା କମ କରିବା ପାଇଁ ଚେଷ୍ଟା କରୁଛନ୍ତି ।

Spread the love