ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସ୍ୱର ଉଠାଇଲେ ଲୋକସଭା ସାଂସଦ

ସଇଁନ୍ତଲା,ବଲାଙ୍ଗିର ଲୋକସଭା କ୍ଷେତ୍ର ଅନ୍ତର୍ଗତ ପାଟଣାଗଡ ଏବଂ ଟିଟିଲାଗଡରେ ପ୍ରତିଷ୍ଠା ହେବାକୁ ଥିବା ୨ଟି କେନ୍ଦ୍ରୀୟ ବିଦ୍ୟାଳୟସଂକ୍ରନ୍ତୀୟ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସଂସଦରେ ଦାବୀ କରିଛନ୍ତି ବଲାଙ୍ଗିର ଲୋକସଜା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ । ପ୍ରସ୍ତାବିତ ରକ୍ତ ୨ ବିଦ୍ୟାଳୟରଆନୁସଙ୍ଗିକ କାର୍ଯ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ରହିଥିବା ଦର୍ଶାଇ ଏ ସଂକ୍ରାନ୍ତରେ ଗୃହର ଦଷ୍ଟି ଆକର୍ଷଣ କରିଛନ୍ତି ସାଂସଦ। ପାଟଣାଗଚରେ ପ୍ରତିଷ୍ଠା ହେବାକୁ ଥିବା ବିଦ୍ୟାଳୟସିଭିଲ ସେକ୍ଟର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏହାର ସ୍ଥାନ ନିରୂପଣ କାର୍ଯ୍ୟ ମଧ୍ୟ ସରିଯାଇଥିବା ସେ କହିଛନ୍ତି । ସ୍ଥାନ ନିରୂପଣ ପାଇଁ ଏକ ପ୍ରତିନିଧ୍ବ ମଣ୍ଡଳୀ ଏ ଅ ଳ ଗସ୍ତକରିବା ସହ ସେମାନଙ୍କ ଚୂଡାନ୍ତ ରିପୋର୍ଟ ମଧ୍ୟ ଗତ ଫେବୃୟାରୀ ୯ ତାରିଖ ଦିନ ସରକାରଙ୍କୁ ପ୍ରଦାନ କରି ସାରିଛନ୍ତି । କେବଳ ସେତିକି ନୁହେଁ ଭକ୍ତ କମିଟିର ପରାମର୍ଶ ଏବଂସୁପାରିଶ ଅନୁଯାୟୀ ବିଦ୍ୟାଳୟ ଚାଲିବା ନିମନ୍ତେ ଆବଶ୍ୟକ ଅସ୍ଥାୟୀ କୋଠାର ମରାମତି ଏବଂ ଆନୁସଙ୍ଗିକ କାର୍ଯ୍ୟ ମଧ୍ୟ ଶେଷ ହୋଇଯାଇଛି । ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟପାଇଁ ୧୦ ଏକର ଜାଗା ଚିହ୍ନଟ ହୋଇଥିବା ସହ ରକ୍ତ ଜାଗାରୁ ଜବର ଦଖଲକାରୀଙ୍କୁ ଉଚ୍ଛେଦ କାର୍ଯ୍ୟ ମଧ୍ୟ ସରିଯାଇଥିବା ଶ୍ରୀମତୀ ସିଂଦେଓ ଗୃହରେ ପ୍ରକାଶ କରିଛନ୍ତି ।ଟିଟିଲାଗଡରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଦୀର୍ଘ ଦିନରୁ ଚେଷ୍ଟା ହୋଇ ଆସୁଥିଲେ ମଧ୍ୟ ଚନ୍ଦା ଏ ପର୍ଯ୍ୟନ୍ତ ଫଳପ୍ରଦ ହୋଇପାରି ନାହିଁ । ଏଣୁ ଭକ୍ତ ୨ ବିଦ୍ୟାଳୟ ପ୍ରତିଷ୍ଠାସଂକ୍ରାନ୍ତୀୟ କାର୍ଯ୍ୟକୁତ୍ବରାନ୍ବିତ କରିବାକୁ ଦାବୀ କରିଛନ୍ତି ସାଂସଦ ଶ୍ରୀମତୀ ସିଂଦେଓ । ଏ ୨ ବିଦ୍ୟାଳୟ ପ୍ରତିଷ୍ଠା ହେଲେ ନିଜ ନିର୍ବାଚନ ମଣ୍ଡଳୀ ବଲାଙ୍ଗିରର ସାମଗ୍ରିକବିକାଶରେ ଏହା ବେଶ ସହାୟକ ହେବ ବୋଲି ଯୁକ୍ତି ବାଢିଛନ୍ତି ଶ୍ରୀମତୀ ସିଂଦେଓ ।

Spread the love