ବିଜେପି ଛାଡ଼ିଲେ ଦାମୋଦର ରାଉତ

ନିର୍ବାଚନ ପୂର୍ବରୁ ସବଳ ହୋଇଥିବା ଭାରତୀୟ ଜନତା ପାର୍ଟି ପୁଣି ଥରେ ଧିରେ ଧିରେ ଦୁର୍ବଳ ହେବାରେ ଦେଖାଯାଉଛି । ଦଳ ବିରୋଧରେ ବାରମ୍ବାର ଅଣଦେଖାର ଅଭିଯୋଗ ଆଣୁଥିବା ବରିଷ୍ଠ ରାଜନେତା ଡାକ୍ତର ଦାମୋଦର ରାଉତ ବିଜେପି ଛାଡ଼ିଛନ୍ତି । ଅଶୋକ ପାଣିଗ୍ରାହୀଙ୍କ ପରେ ସେ ନିଜର ଇସ୍ତଫା ପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ଦେଇଥିବା ସୂଚନା ମିଳିଛି । ମାତ୍ର ଏ ନେଇ ଦଳ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ ।

ସାଧାରଣ ନିର୍ବାଚନରେ ଦାମୋଦର ରାଉତ ବାଲିକୁଦା-ଏରସମାରୁ ଲଢ଼ି ବିଜେଡ଼ିରୁ ହାରିଥିଲେ । ଏହା ପରେ ତାଙ୍କୁ ବିଜେପିର କୌଣସି ସଭା ସମିତିରେ ଦେଖିବାକୁ ମିଳି ନ ଥିଲା । ଦଳ ତାଙ୍କୁ କୋଣଠେସା କରି ରଖିଥିବା ସେ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ଦଳ ତାଙ୍କୁ କୌଣସି ଦାୟିତ୍ୱ ଦେଉ ନାହିଁ ଏବଂ କୌଣସି ବୈଠକରେ ଡାକୁ ନାହିଁ ବୋଲି କହୁଥିଲେ । ଏ ନେଇ ସେ ଏକାଧିକବାର ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି । ତେବେ ଆଜି ସେ ଏସବୁଥିରେ ଜବନିକା ପକାଇଛନ୍ତି । ସେ ନିଜ ତରଫରୁ ଦଳରୁ ଇସ୍ତଫା ଦେଇଛନ୍ତି ।  ସେ ନିଜର ଇସ୍ତଫା ପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ଦେଇଥିବା ସୂଚନା ମିଳିଛି । ବିଜେଡ଼ି ସରକାରଙ୍କ ଦୁର୍ନୀତି ବିରୋଧରେ ମୁହଁ ଖୋଲିବାରୁ ୨୦୧୮ ସେପ୍ଟେମ୍ବର ୧୨ ତାରିଖରେ ନବୀନ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲେ । ଏହା ପରେ ସେ ଦିଲ୍ଲୀ ଯାଇ ମାର୍ଚ୍ଚ ୧୪, ୨୦୧୯ରେ ପଦ୍ମ ଧରିଥିଲେ । ବାଲିକୁଦା-ଏରସମା ଆସନରୁ ଲଢ଼ି ରଘୁନନ୍ଦନ ଦାଶଙ୍କଠାରୁ ପରାସ୍ତ ହୋଇଥିଲେ । ଦାମଙ୍କ ପୂର୍ବରୁ ଗତ ୧୨ ତାରିଖ ଦିନ ବରଗଡ଼ ଅଶୋକ ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି । 

Spread the love