ଓଡ଼ିଶା ବିଧାନସଭାର ଅଧିନିକରଣ ହେବ

ଓଡ଼ିଶା ବିଧାନସଭାର ଅଧିନିକରଣ ହେବ ।  ଏହା ଭାରତର ସବୁଠାରୁ ଆଧୁନିକ ବିଧାନସଭା ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଓଡ଼ିଶା ବିଧାନସଭାକୁ ଅତ୍ୟାଧୁନିକ କରିବାଲାଗି ସମସ୍ତ ପ୍ରୟାସ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଥିଲାଗି 400 କୋଟି ଟଙ୍କା ବ୍ୟୟ କରାଯିବ।

7 ମହଲା କୋଠାରେ 140 ଜଣ ବିଧାୟକଙ୍କ ରହିବାଲାଗି ପାଇଁ ସ୍ବତନ୍ତ୍ର ସରକାରୀ ଘର ତିଆରି ହେବ। ଏଥିରେ ମର୍ଣ୍ଣିଂ ୱାକ୍ ପାଇଁ ସୁବିଧା ରହିବ। ତା’ସାଙ୍ଗକୁ କଲ୍ୟାଣ ମଣ୍ଡପ ବି ନିର୍ମିତ ହେବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଏଥିପାଇଁ ଏମଏଲଏ କଲୋନିର କିଛି ଅଂଶ ମଧ୍ୟ ଭଙ୍ଗାଯିବ ବୋଲି ସେ କହିଛନ୍ତି। ଏହା ବାବଦରେ 400 କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମଧ୍ୟ କହିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର। ଏହି ଯୋଜନାକୁ ଖୁବ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Spread the love