ଆସନ୍ତାକାଲି ବିଜେପୁର ପ୍ରଚାର ପାଇଁ ଯିବେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ବିଜେପୁର ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ଯିବେ । ବିଜେପୁର ନିର୍ବାଚନକୁ ଆଉ ମାତ୍ରା 4 ଦିନ । ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସବୁ ଦଳ ମଧ୍ୟରେ କସତର ଆରମ୍ଭ ହୋଇଯାଇଛି । ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ସାଧାରଣ ସଭା, ଶୋଭାଯାତ୍ରା କରାଯାଉଛି । ସବୁ ଦଳର ହେଭିୱେଟ୍ ଏବେ ବିଜେପୁରରେ ଡେରା ପକାଇଛନ୍ତି ।  ଦୁଇ ଦିନିଆ ବିଜେପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେପୁରରେ ପ୍ରଚାର କରିବେ । ନିର୍ବାଚନ ପାଇଁ ବିଜେପୁରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଫ୍ଲାଗ ମାର୍ଚ୍ଚ କରୁଥିବା ଦେଖିବାକୁ ମିଳିଛି ।

Spread the love