ରାଜ୍ୟ ସ୍ତରୀୟ ସର୍ଗିଫୁଲରେ ପ୍ରଥମ ସ୍ଥାନ ହାସଲ କଲା ସଇଁନ୍ତଲା ବାଳିକା ବିଦ୍ୟାଳୟ

ସଇଁନ୍ତଲା, ଭୁବନେଶ୍ୱର ସ୍ଥିତ ଆଦିବାସୀ ଖେଳ ପଡିଆ ଠାରେ ରାଜ୍ୟ ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି l ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ହୋତା ଙ୍କ ତତ୍ବlବଧାନରେ ନୃତ୍ୟ ପରିବେଷଣ ପାଇଁ ଶିକ୍ଷାଦାନ ପ୍ରଦାନ କରାଯାଉଥିଲା l ତେବେ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ହିମାନ୍ଦ୍ରି ମଲ୍ଲିକ, ମମତା ବିଶ୍ୱାଳ, ରଶ୍ମିତା ତାଣ୍ଡି, ସୀମା ନାଏକ,ଲିପସା ନାଗ, ଚିନ୍ମୟୀ ମହାନନ୍ଦ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ଗାଇଡ ଶିକ୍ଷୟତ୍ରୀ ଭାବେ ସୁହାସିନି ମିଶ୍ର ଓ କଳ୍ପନା ରାଉଲ ଦାୟିତ୍ବ ନେଇଛନ୍ତି l ଅନ୍ୟପକ୍ଷରେ ଏହି ସ୍କୁଲ 50 ରୁ 15 ତମ ସ୍ଥାନ ପାଇଥିବା ବେଳେ ବେଷ୍ଟ ଛାତ୍ରୀ ମିତା ନାଗ ହୋଇ ପାରିଛନ୍ତି l ସ୍କୁଲର ଶିକ୍ଷୟତ୍ରୀ ଶ୍ରୀଲତା ମିଶ୍ର, ବିଦ୍ୟୁତ ଲତା ଦେଇ, ସଙ୍ଗୀତା ରଥ, ସନ୍ଧ୍ୟା ରାଣୀ ଗହୀର, ଜୟନ୍ତୀ ସାହୁ, ପ୍ରତ୍ୟାସିନି ବାଗ, ନମିତା ମେହେର, ଅର୍ଣ୍ଣପୂର୍ଣ୍ଣା ମାଝୀ, ବିଜୟ ଲଷ୍ମୀ ଦାଶ, କଳ୍ପନା ପାଣିଗ୍ରାହୀ ଓ ଗଗନ ବେହେରା ଙ୍କ ସହଯୋଗ ରେ ଏଭଳି ସ୍ଥାନରେ ପହଁଚି ପାରିଥିବା ବେଳେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ ଅଧକ୍ଷା ମୋନୀକା ସିଂ ଭୋଇ, ବ୍ଲକ ଉପାଧକ୍ଷ ଗୁଣ ସାଗର ମାଝୀ, ବିଡ଼ିଓ ଚନ୍ଦ୍ରମଣି ନାଗ, ସାମ୍ବାଦିକ ସଂଘର ସଭାପତି ଦେବେଦ୍ର ଯୋଶୀଙ୍କ ସମେତ ବିଭିନ୍ନ ମହଲାରୁ ଶୁଭେଚ୍ଛା ର ସୁଅ ଛୁଟୁଛି l

Spread the love