କୁଇକେଡ଼ାରେ କମ୍ବଳ ବଣ୍ଟନ

ସଇଁନ୍ତଲା,ମାନବ ସେବା ହୀ ମାଧବ ସେବା l ଦିନକୁ ଦିନ ଶୀତ ପଢିବାରେ ଲାଗିଛି l ଅନେକ ଲୋକ ଖୋଲା ଆକାଶ ରେ ଜୀବନ ଜାପନ କରୁଥିବା ବେଳେ କିଭଳି ଏହି ଶୀତରୁ ରକ୍ଷା ପାଇ ପାରିବେ ସେନେଇ ଆଜି ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ କୁଇକେଡ଼ା ଗାଁରେ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ପଶ୍ଚିମ ଓଡିଶା ମହିଳା ସଂଗଠନ ଜିଲ୍ଲା ସଭାନେତ୍ରୀ ସବିତା ନନ୍ଦ ଙ୍କ ନେତୃତ୍ୱରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ଏହି କାର୍ଯ୍ୟକ୍ରମ ରେ ଆଶା କର୍ମୀ ଦ୍ରୋପଦି ବାଗ, ନିବେଦିତା ପୋଢ଼, ଉର୍ମିଳା ମହାନନ୍ଦ ପ୍ରମୁଖ ସହଯୋଗ କରିଥିଲେ l

Spread the love