ଦିନିକିଆ ଓଡିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

 ଦିନିକିଆ  ଓଡ଼ିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ତୁମୁଡ଼ିବନ୍ଧରେ ଆୟୋଜିତ ଜନସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନଡ୍ଡା । ସଭାରେ ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ସୁରକ୍ଷା ପ୍ରସଙ୍ଗ ଉଠାଇଲେ । କହିଲେ ରତ୍ନଭଣ୍ଡାର ସୁରକ୍ଷା କାହିଁକି କରାଯାଉନାହିଁ ? ରତ୍ନଭଣ୍ଡାର ଚାବି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ନଡ୍ଡା ।  ୪ ବର୍ଷରେ ଓଡ଼ିଶା ବିଶ୍ବବିଦ୍ୟାଳୟ ଖୋଲିବା କହିଥିଲେ ରାଜ୍ୟ ସରକାର , ତାହା କୁଆଡ଼େ ଗଲା ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି  ? ନୟାଗଡ଼ର ଚିନକଳ ଖୋଲିବା କଥା କହିଥିଲେ, କିନ୍ତୁ ତାହା ବି ହୋଇ ପାରିଲା ନାହିଁ । ସେହିପରି ମହିଳା ବିରୋଧୀ ଅପରାଧ ଓଡ଼ିଶାରେ ଦ୍ବିଗୁଣ ହୋଇ ଗଲାଣି । ଓଡ଼ିଶାରେ ମାନବ ଚାଲାଣ ବଢିଚାଲିଛି । ଆଦିବାସୀ ଓ ଦଳିତଙ୍କ ଉପରେ ଅତ୍ୟାଚାର ହେଉଛି ।

ଏପରି ସରକାର ରହିବା ଉଚିତ କି ବୋଲି ସଭାରେ ପ୍ରଶ୍ନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। କିଛି ସମୟ ପରେ ବାଣପୁର ପଲଟନ୍ ପଡିଆରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ସଭାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସମେତ ରାଜ୍ୟ ନେତୃତ୍ବଙ୍କ ସହ ସଭାକୁ ସମ୍ବୋଧନ କରିବେ ନଡ୍ଡା

Spread the love