ନବୀନଙ୍କ ସମୟାନୁବର୍ତ୍ତିତା ନେଇ 5T ସଚିବ ଭି.କେ.ପାଣ୍ଡିଆନଙ୍କ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ
ନବୀନ ଷ୍ଟାଣ୍ଡାର୍ଡ ଟାଇମ୍ । ନବୀନଙ୍କ ସମୟାନୁବର୍ତ୍ତିତା ନେଇ 5T ସଚିବ ଭି.କେ. ପାଣ୍ଡିଆନ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ କରିଛନ୍ତି । ଆଜିର ଅନୁଗୋଳ ଗସ୍ତ ସମୟର ଭିଡ଼ିଓ ପୋଷ୍ଟ କରିଛନ୍ତି । ଫାଇଭ ଟି ସଚିବ କହିଛନ୍ତି, ଘଣ୍ଟାରେ ଠିକ୍ ୧୦.୧୦ ବାଜିଛି । ମୁଖ୍ୟମନ୍ତ୍ରୀ ଅନୁଗୋଳ ପାଇଁ ବାହାରିଲେ ।ଯେକୌଣସି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ପହଞ୍ଚିଛନ୍ତି । ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଏଇ ସମୟାନୁବର୍ତ୍ତିତା ରକ୍ଷା କରିଛନ୍ତି । ଏହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ଫାଇଭ୍ ଟି ସଚିବ କହିଛନ୍ତି ।