କଞ୍ଚାଭଣ୍ଡା ପରଟା

ଆବଶ୍ଯକ ସାମଗ୍ରୀ: ଅଟା, କୋରା ହୋଇଥିବା କଞ୍ଚା ଭଣ୍ଡା, ଧନିଆପତ୍ର, ଅଦା ପେଷ୍ଟ, ଜିରା, ଲୁଣ ସ୍ବାଦନୁସାରେ, ପିଆଜ, କଞ୍ଚାଲଙ୍କା, ଭୃସଙ୍ଗ ପତ୍ର, ଘିଅ।

ପ୍ରସ୍ତୁତି ପ୍ରଣାଳୀ: ଅଟାରେ କୋରା ହୋଇଥିବା କଞ୍ଚା ଭଣ୍ଡା ଏବଂ ପିଆଜ ମିଶାଇ ଦିଅନ୍ତୁ। ତା’ ପରେ ସେଥିରେ କଞ୍ଚାଲଙ୍କା, ଭୃସଙ୍ଗ ପତ୍ର, ଧନିଆପତ୍ର, ଅଦା ପେଷ୍ଟ, ଜିରା, ଏବଂ ଲୁଣ ପକାଇ ଭଲଭାବେ ମିଶାନ୍ତୁ। ଅଟାକୁ ପାଣି ସାହାଯ୍ଯରେ ଭଲଭାବେ ଚକଟି ଦିଅନ୍ତୁ। ଏବେ ଏଥିରେ ପରଟା ତିଆରି କରି ଦହି କିମ୍ବା ଚଟଣୀ ସହିତ ଗରମଗରମ ଖାଆନ୍ତୁ।

Spread the love