ଅନନ୍ତ ଅମ୍ବାନୀଙ୍କ ସହ ନିର୍ବନ୍ଧ ପରେ ରାଧୀକାଙ୍କୁ ନେଇ ବଢିଲା ଚର୍ଚ୍ଚା, ଜାଣନ୍ତୁ କିଏ ଏହି ରାଧୀକା ମାର୍ଚେଣ୍ଟ

ସାରା ବିଶ୍ୱରେ ନିଜର ବ୍ୟବସାୟ ପାଇଁ ଅମ୍ବାନୀ ପରିବାର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏହାସହ ମୁକେଶ ଅମ୍ବାନୀଙ୍କ ନାମ ବିଶ୍ୱ ଧନୀକ ତାଲିକାରେ ମଧ୍ୟ ରହିଛି । ଏସବୁ ଭିତରେ ଆଜି ମୁକେଶ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କର ନିର୍ବନ୍ଧ ହୋଇଛି । ଅନନ୍ତ ଅମ୍ବାନୀ ଖୁବଶୀଘ୍ର ରାଧୀକା ମାର୍ଚେଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି । ହେଲେ କିଏ ଏହି ରାଧୀକା ମାର୍ଚେଣ୍ଟ ? ଯିଏ କି ଅମ୍ବାନୀ ପରିବାରର ସାନବୋହୂ ହେବାକୁ ଯାଉଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ରାଧୀକା ମର୍ଚେଣ୍ଟଙ୍କ ପିତା ସ୍ୱାସ୍ଥ୍ୟକ୍ଷେତ୍ର ସହ ଯୋଡି ହୋଇ ବ୍ୟବସାୟ କରିଥାନ୍ତି । ଏନକୋର ହେଲ୍ଥ କେୟାରର ମାଲିକ ବିରେନ ମାର୍ଚେଣ୍ଟ ଓ ଶୈଲା ମାର୍ଚେଣ୍ଟଙ୍କ ଝିଅ ହେଉଛନ୍ତି ରାଧୀକା ମାର୍ଚେଣ୍ଟ  । ରାଧୀକାଙ୍କ ସହ ଅନନ୍ତଙ୍କର ନିର୍ବନ୍ଧ ରାଜସ୍ଥାନର ଉଦୟପୁର ଠାରୁ ୪୮ କିଲୋମିଟର ଦୂରରେ ଥିବା ନାଥବାଡା ସ୍ଥିତ ଶ୍ରୀନାଥ ମନ୍ଦିରରେ ହୋଇଛି ।

ରାଧୀକା ମାର୍ଚେଣ୍ଟଙ୍କର ପୈତୃକ ଘର ଗୁଜରାଟର କଚ୍ଛ ଠାରେ ବୋଲି କୁହାଯାଉଛି । ହେଲେ ରାଧୀକା ନିଜର ସ୍କୁଲଶିକ୍ଷା ମୁମ୍ବାଇରେ କରିଛନ୍ତି । ଆମେରିକାର ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ରାଧୀକା ସ୍ନତୋକ କରିଛନ୍ତି । ଏବେ ସେ ଏନକୋର ହେଲ୍ଥକେୟାରର ନିର୍ଦ୍ଦେଶକ ପଦରେ ରହିଛନ୍ତି । ଏହା ପୂର୍ବରୁ ବି ସେ କିଛି କମ୍ପାନୀର ଗୁରୁତ୍ୱପୂର୍ଣ୍ଣ ପଦରେ ରହି କାମ କରିଛନ୍ତି । ଏହାସହ ରାଧୀକା ଜଣେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ମଧ୍ୟ ।
Spread the love