ରାମ ଭକ୍ତଙ୍କ ଉପରେ ନାହିଁ ବିଜେପିର କପିରାଇଟ୍ସ: ଉମା ଭାରତୀ

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ କିଛିଦିନ ହେବ ତାଙ୍କ ବୟାନକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । କିଛିଦିନ ତଳେ ସେ ଭୋପାଳର ଲୋଧୀ ସମାଜ ଲୋକଙ୍କୁ ବୁଝି ବିଚାରି ବିଜେପିକୁ ଭୋଟ ଦେବାକୁ କହିଥିବା ଏବେ ଭଗବାନ ରାମ ଓ ହନୁମାନଙ୍କ ଉପରେ ଏକ ବଡ ବୟାନ ଦେଇଛନ୍ତି । ଛିନ୍ଦୱାଡାରେ ଉମା ଭାରତୀ କହିଛନ୍ତି କି ଭଗବାନ ରାମ ଓ ହନୁମାନଙ୍କୁ ଭକ୍ତି ବିଜେପିର କପିରାଇଟ୍ସ ନୁହେଁ । ଭଗବାନ ରାମଙ୍କର କେହି ବି ଭକ୍ତ ହୋଇପାରିବେ । ଏହାସହ ଭଗବାନ ରାମ ଓ ହନୁମାନ ବିଜେପିର କାର୍ଯ୍ୟକର୍ତ୍ତା ନୁହେଁ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି କି, ଦେଶରେ ଯେତେବେଳେ ବିଜେପିର ଅସ୍ଥିତ୍ୱ ନଥିଲା, ଯେତେବେଳେ ମୋଗଲ ଶାସନ ଥିଲା, ଇଂଗ୍ରେଜ ମାନଙ୍କର ଶାସନ ଥିଲା ସେତେବେଳେ ବି ଲୋକଙ୍କ ମନରେ ପ୍ରଭୂ ଶ୍ରୀରାମ ଓ ହନୁମାନ ଭଗବାନ ରୂପରେ ପୂଜା ପାଉଥିଲେ । ସୂଚନା ମୁତାବକ ପୂର୍ବ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଦ୍ୱାରା ସିମରିୟା ଠାରେ ନିର୍ମାଣ କରାଯାଇଥିବା ଏକ ହନୁମାନ ମନ୍ଦିର ବାବଦରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ସେ ଏଭଳି କହିଛନ୍ତି ।

ସେପଟେ ଉମା ଭାରତୀ ଭୋପାଳ ସାଂସଦ ସ୍ୱାଧୀ ପ୍ରଜ୍ଞାଙ୍କ ଦ୍ୱାରା ଦିଆଯାଇଥିବା ଏକ ବୟାନକୁ ସମର୍ଥନ କରିଛନ୍ତି । ଏକ କାର୍ଯ୍ୟକ୍ରମରେ ସ୍ୱାଧୀ ପ୍ରଜ୍ଞା କହିଥିଲେ କି ହିନ୍ଦୁମାନେ ଧର୍ମରକ୍ଷା କରିବାକୁ ହେଲେ ନିଜ ଘରେ ଛୁରୀ ରଖନ୍ତୁ । ଏହା ଉପରେ ଉମା ଭାରତୀ କହିଛନ୍ତି କି ଭଗବାନ ରାମ ବନବାସ କାଳରେ ବି ପାଖରେ ଅସ୍ତ୍ର ରଖିବା ଛାଡି ନଥିଲେ । ଉମା ଭାରତୀ କହିଛନ୍ତି କି ଅସ୍ତ୍ର ରଖିବା ଭୁଲ ନୁହେଁ ବରଂ ହିଂସା ବିଚାର ରଖିବା ଭୁଲ ଅଟେ ।

Spread the love