ଜନ୍ମଦିନରେ ଅସହାୟ ଲୋକଙ୍କୁ କମ୍ବଳ ଦେଲେ ପପୁ

ଜନ୍ମ ଦିନକୁ କିଏ ପରିବାର ଲୋକଙ୍କ ସହ କଟାଉଛି ତ ଆଉ କିଏ ସାଙ୍ଗମାନଙ୍କ ସହ ଦିନଟିକୁ ସେଲିବ୍ରେଟ କରୁଛନ୍ତି । କିନ୍ତୁ ଏଭଳି ଜଣେ ମହାନ ଲୋକଙ୍କ କଥା ଆମେ ଆପଣଙ୍କୁ ଜଣାଇବୁ ଯିଏ ନିଜର ଜନ୍ମଦିନରେ ଗରିବ ଲୋକଙ୍କୁ ଶୀତଦାଉରୁ ରକ୍ଷା କରିବା ଲାଗି ଏକ ଚେଷ୍ଟା କରିଛନ୍ତି । ହଁ ଆଜ୍ଞା ଏଭଳି ବ୍ୟକ୍ତି ହେଉଛନ୍ତି ପପୁ ଭାଇ । ପପୁ ନିଜର ଜନ୍ମଦିନ ଉପଲକ୍ଷେ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟକୁ କିଛି କମଳ ବାଂଟିବାକୁ ଦେଇଥିଲେ । ତାଙ୍କ ଜନ୍ମଦିନ ଉପଲକ୍ଷେ ଟ୍ରଷ୍ଟର ସଦସ୍ୟ ପାପୁନି, ବିକାଶ, ପ୍ରଦୀପ, ହାପି, ବିଜୟ, ଦୀପକ, କୁନୁମା, ଜ୍ୟୋସ୍ନା ପ୍ରମୁଖ ରାତ୍ରିରେ ବରମୁଣ୍ଡା, କଳ୍ପନା, ମାଷ୍ଟରକ୍ୟାଂଟିନ, ଲିଙ୍ଗରାଜ ମନ୍ଦିର, କଟକ ରୋଡ ଏବଂ ରାଜମହଲ ରୋଡରେ ଶୋଇଥିବା କିଛି ଅସହାୟ ଗରିବ ଲୋକଙ୍କୁ କମ୍ବଳ ଦେଇଥିଲେ । ପପୁଙ୍କ ଏଭଳି ମହାନ କାର୍ଯ୍ୟ କରିଥିବାରୁ ଜନ୍ମଦିନ ପାଇଁ ଟ୍ରଷ୍ଟ ପକ୍ଷରୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ସର୍ବଦା ଭଗବାନ ତାଙ୍କ ଚଲାପଥ କୁସୁମୀତ କରନ୍ତୁ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

Spread the love