ବିକଳାଙ୍ଗ ମଞ୍ଚ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କୁ କିଟ୍ ବଣ୍ଟନ

ଭଦ୍ରକ,୩୦/୧୨(ସତ୍ୟଦ୍ରଷ୍ଟା): ଓଡ଼ିଶା ବିକଳାଙ୍ଗ ମଞ୍ଚ ଭଦ୍ରକ ଜିଲ୍ଲା ବାସୁଦେବପୁର ଶାଖା ପକ୍ଷରୁ ବ୍ଲକର ସାନକୃଷ୍ଣପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଆକ୍ସନଏଡ ଇଣ୍ତିଆ ସହାୟତାରେ ୩୦୦ଦିବ୍ୟାଙ୍ଗ ମାନଙ୍କୁ ବାଲ୍ଟି,ମଗ,ଟର୍ଚ୍ଚ ଲାଇଟ,ମଶାରୀ,ସାବୁନ,ସର୍ପ,ମହିଳାଙ୍କ ନିତ୍ୟ ବ୍ୟବହାର ଜିନିସ ଆଦି ୩୩୦୦ଟଙ୍କାର ଘରୋଇ ସାମଗ୍ରୀ ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଆକ୍ସନଏଡ ଇଣ୍ତିଆର ମୁଖ୍ୟ ନିର୍ଦ୍ଦେଶକ ଦେବବ୍ରତ ପାତ୍ର,ବି.ଏନ ଦୂର୍ଗା,ଶୁଭେନ୍ଦୁ ରାୟ ଉପସ୍ଥିତ ଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପବିତ୍ର ମୋହନ ଦାସ, ଜିଲ୍ଲା ଅତିରିକ୍ତ ଉପଖଣ୍ଡ ସୁବାସ ଚନ୍ଦ୍ର ନାୟକ, ଓଡ଼ିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁ ଓ ବ୍ଲକ ସଭାପତି ଚନ୍ଦ୍ର କାନ୍ତ ନାୟକ ଉପସ୍ଥିତ ଥିଲେ।ଵିବେକାନନ୍ଦ ଶିକ୍ଷା କେନ୍ଦ୍ରର ସମସ୍ତ ଗୁରୁମା ଆଉ ଗୁରୁଜୀ ମାନେ ଏହି କାର୍ଯ୍ୟକ୍ରମଟିକୁ ସହଯୋଗ କରିଥିଲେ।

Spread the love