‘ମହିମା ଗୋସାଇଁ ଏକ୍ସପ୍ରେସ’ କଲିକତା ଓ ଓଡିଶା ମଧ୍ୟରେ ବାଣିଜ୍ୟ କାରବାର ଏବଂ ଲୋକସମ୍ପର୍କକୁ ମଜଭୂତ୍ କରିବାର ନୂଆ ମାଧ୍ୟମ ହେବ : ସମୀର ମହାନ୍ତି

ଭୁବନେଶ୍ୱର,ତା.୩୧/୧୨: ମହିମା ଧର୍ମର ମହାନ୍ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ପ୍ରସିଦ୍ଧ ପଂକ୍ତି ‘ମୋ ଜୀବନ ପଛେ ନର୍କେ ପଡିଥାଉ.. ..’ ଜାତିସଂଘର କାନ୍ଥରେ ଉଲ୍ଲେଖ ରହିଛି । ସମଗ୍ର ବିଶ୍ୱକୁ ଏଭଳି ମହାନ ବାର୍ତା ଦେଇ ଓଡିଶା ତଥା ଓଡିଆଙ୍କୁ ଗୈାରବାନ୍ୱିତ କରିଥିବା ମହିମା ଧର୍ମର ସ୍ୱତନ୍ତ୍ର ପରିଚୟ ରହିଛି ଏବଂ ତାଙ୍କୁ ଯଥାର୍ଥ ସମ୍ମାନ ପ୍ରଦାନ କରିବା ନିହାତି ଆବଶ୍ୟକ । ଏହି ମହାନ ଜାତି ଉଦ୍ଦେଶ୍ୟରେ ଗତ ୨୯ ତାରିଖ ଦିନ ନୂତନ ଭାବେ ଆରମ୍ଭ ହୋଇଥିବା ‘ସମ୍ବଲପୁର – ଶାଲିମାର ଏକ୍ସପ୍ରେସ’ ଟ୍ରେନକୁ ମହିମା ଗୋସାଇଁଙ୍କ ନାମରେ ନାମିତ କରାଯାଇଛି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ସମ୍ମାନ ଜଣାଇ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣ୍‌ବ ‘ସମ୍ବଲପୁର – ଶାଲିମାର ଏକ୍ସପ୍ରେସ ଟ୍ରେନ’କୁ ‘ମହିମା ଗୋସାଇଁ ଏକ୍ସପ୍ରେସ’ ନାମରେ ଘୋଷଣା କରିଛନ୍ତି । ଏହା ନିଶ୍ଚିତ ଭାବେ ଆମ ସମସ୍ତଙ୍କୁ ବହୁ ଆନନ୍ଦ ଆଣିଦେଇଛି ବୋଲି କହିବା ସହିତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ଅଶ୍ୱନୀ ବୈଷ୍ଣ୍‌ବଙ୍କୁ ରାଜ୍ୟବାସୀଙ୍କ ତରଫରୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।
‘ମହିମା ଗୋସାଇଁ ଏକ୍ସପ୍ରେସ’ କଲିକତା ଓ ଓଡିଶା ମଧ୍ୟରେ ବାଣିଜ୍ୟ କାରବାର ଏବଂ ଲୋକସମ୍ପର୍କକୁ ମଜଭୂତ୍ କରିବାର ନୂଆ ମାଧ୍ୟମ ହେବ । ଏହି ଏକ୍ସପ୍ରେସ ରେଢାଖୋଲ, ବୋଇଣ୍ଡା, ଅନୁଗୋଳ, ତାଳଚେର, ଢେଙ୍କାନାଳ ଦେଇ ଯାତାୟତ କରିବ । ଏହି ପଦକ୍ଷେପ ଯାତ୍ରୀ ମାନଙ୍କ ଯାତାୟତ ସୁବିଧାକୁ ସହଜ କରିବ ବୋଲି ଶ୍ରୀ ମହାନ୍ତି ଖୁସି ବ୍ୟକ୍ତ କରି କହିଛନ୍ତି ।

Spread the love