ଚୀନ୍ ସମେତ ୬ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ

ଭାରତରେ ଓମିକ୍ରନର ନୂଆ ଭାରିଏଂଟ ଏକ୍ସବିବି ୱାନ ପଏଂଟ ଫାଇଭ୍ ଚିହ୍ନଟ ହୋଇଛି । ଗୁଜରାଟରେ ଜଣେ ଆକ୍ରାନ୍ତଙ୍କ ପାଖରେ ଏହି ଭୂତାଣୁ ଠାବ କରାଯାଇଛି । ଏନେଇ ଇନସାକଗ୍ ସୂଚନା ଦେଇଛି । ଏକ୍ସବିବି ୱାନ ପଏଂଟ ଫାଇଭ୍ ଭାରିଏଂଟ ଯୋଗୁଁ ଆମେରିକାର ନ୍ୟୁୟର୍କରେ କରୋନା କେସ୍ ବଢ଼ୁଛି । ଅଧିକ ସଂକ୍ରମଣ କରିବାର କ୍ଷମତା ରହିଛି ଏହି ଭୂତାଣୁ । ପୂର୍ବରୁ ଭାରତରେ ଏକ୍ସବିବି ଭାରିଏଂଟ ଚିହ୍ନଟ ହୋଇଛି । ହେଲେ ଏକ୍ସବିବି ୱାନ ପଏଂଟ ଫାଇଭ୍ ଠାବ କରାଯିବାର ଏହା ପ୍ରଥମ ଘଟଣା । ଚଳିତମାସ ଗୁଜରାଟରେ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣେ ରୋଗୀଙ୍କୁୁ ଚିହ୍ନଟ କରାଯାଇଥିବା ଇନସାକଗ୍ କହିଛି । ଚୀନରେ ବିଏଫ ସେଭେନ୍ ଭୂତାଣୁ ତାଣ୍ଡବ ରଚିଥିବା ବେଳେ ଭାରତ ସରକାର ସତର୍କ ହୋଇପଡ଼ିଛନ୍ତି । ଚୀନ୍ ଓ ଅନ୍ୟ ୫ଟି ଦେଶରୁ ଯାତ୍ରୀ ଆସିଲେ, ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଏହାସହ ମାସ୍କ ପିନ୍ଧିବା ଓ ଅନ୍ୟ କୋଭିଡ ସତର୍କତା ପାଳନ ଉପରେ ଜୋର ଦିଆଯାଉଛି ।

Spread the love