ନବନିଯୁକ୍ତ OCS ଅଧିକାରୀଙ୍କୁ ଦିଗ୍‌ଦର୍ଶନ ଦେଲେ ମୁଖ୍ୟମନ୍ତ୍ରୀ

ନବନିଯୁକ୍ତ ୨୦୨୦ ବ୍ୟାଚ ଓଡ଼ିଶା ସିଭିଲ ସର୍ଭିସ ସେବା ଅଧିକାରୀଙ୍କୁ ଦିଗ୍‌ଦର୍ଶନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ସିଭିଲ୍‌ ସର୍ଭିସ କ୍ୟାଡରରେ ଯୋଗ ଦେଲେ ୩୭୮ ଅଧିକାରୀ। ଲୋକସେବା ଭବନରେ ଆୟୋଜିତ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କୋବଳ ରାଜ୍ୟର ବିକାଶ ହିଁ ସରକାରଙ୍କ ଲକ୍ଷ୍ୟ। ଏହି ଲକ୍ଷ୍ୟକୁ ହାସଲ କରିବାକୁ ରାଜ୍ୟ ସରକାର 5T ଉପକ୍ରମ ଅଧିନରେ ତ୍ୱରାନ୍ଵିତ କରାଯାଉଥିବା ନବନିଯୁକ୍ତ ଓସିଏସ ଅଧିକାରୀଙ୍କୁ କହିଥିଲେ ମୁଖ୍ୟମନ୍ତ୍ରୀ। ସରକାରୀ ସେବା ସାଧାରଣ ଜନତା ଓ ଆମ ସମାଜର ଦୁର୍ବଳ ବର୍ଗଙ୍କ ସେବା କରିବାକୁ ଏକ ସୁଯୋଗ ଦେଇଥାଏ।ଆପଣମାନଙ୍କ ପାଖରୁ ଲୋକମାନେ ବହୁ ଆଶା ଓ ଭରସା ରହିଛି। ନବନିଯୁକ୍ତ ଅଧିକାରୀ ମାନେ ଏହି ଆକାଂକ୍ଷାକୁ ପୂରଣ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆପଣମାନଙ୍କ ଭଳି ଯୁବ, ବୈଷୟିକ ଜ୍ଞାନ ସଂପନ୍ନ ଓ କୁଶଳ ଅଧିକାରୀଙ୍କ ସହ ଏକ ନୂଆ ଓ଼ଡ଼ିଶା ଓ ସଶକ୍ତ ଓଡ଼ିଶା ସମ୍ଭବ ବୋଲି ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପେନ୍‌ସନ ଅଦାଲତ ଓ ପ୍ରମୋଶନ ଅଦାଲତ ପାଇଁ ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Spread the love