ଓଡ଼ିଶାରେ 5G ସେବା ଉଦଘାଟନ କଲେ କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାରେ ଆରମ୍ଭ ହେଲା ଫାଇଭ ଜି ସେବା। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଫାଇଭ ଜି ସେବାର ଶୁଭାରମ୍ଭ କଲେ । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ପ୍ରଥମେ ରାଜ୍ୟର ମୁଖ୍ୟ ସହର ଗୁଡ଼ିକ 5G ନେଟୱର୍କ ସହ ଯୋଡ଼ି ହେବ । ଧୀରେ ଧୀରେ ଗ୍ରାମାଞ୍ଚଳରେ ମଧ୍ୟ ଏହା ଉପଲବ୍ଧ ହେବ । ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ଏହି ସେବା ପ୍ରଦାନ କରିବେ । ରାଜ୍ୟରେ ଫାଇଭ୍ ଜି ସେବା ପାଇଁ ଜାନୁଆରୀ ୨ ତାରିଖ ସୁଦ୍ଧା ୫୦୧ଟି ବିଟିଏସ୍ ପ୍ରସ୍ତୁତ ହୋଇସାରିଛି । ଜାନୁଆରୀ ୨୬ ପୂର୍ବରୁ ରାଜ୍ୟରେ ଫାଇଭ୍ ଜି ସେବା ଆରମ୍ଭ ହେବ ବୋଲି ପୂର୍ବରୁ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିଲେ ।

ଦେଶରେ ଗତବର୍ଷ ଅକ୍ଟୋବର ପହିଲାରେ ଫାଇଭ୍ ଜି ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି । ଫାଇଭ୍ ଜି ସେବା ଆରମ୍ଭ ହେଲେ ଟେଲିକମ୍ ଓ ଇଣ୍ଟରନେଟ୍ ଗ୍ରାହକମାନେ ଉନ୍ନତମାନର ସେବା ପାଇବେ । 4G ତୁଳନାରେ ୫ଜି ସେବାରେ ଉପଭୋକ୍ତାଙ୍କୁ ଅଧିକ ବୈଷୟିକ ସହାୟତା ମିଳିବ ।

5G ମାଧ୍ୟମରେ ଇଣ୍ଟରନେଟ ଡାଉନ୍ ଲୋଡ୍ ସ୍ପିଡ ୧୦ଜିବିପିଏସ ପ୍ରତି ସେକେଣ୍ଡ ମିଳିବ । 4Gରେ ଏହା ଏକ ଜିବିପିଏସରେ ସୀମିତ ରହିଛି । ଅର୍ଥାତ ୪ଜି ତୁଳନାରେ ୫ଜିରେ ଡାଉନ୍ ଲୋଡ୍ ସ୍ପିଡ ୧୦ଗୁଣ ଅଧିକ । 5Gରେ ବିନା ବାଧାରେ ଇଣ୍ଟରନେଟ୍ ସେବା, ଅଧିକ ବିଶ୍ୱସନୀୟ ସଂଚାର ସେବା ମିଳିବ ।

୫-ଜିରୁ କ’ଣ ମିଳିବ ଲାଭ ?

– ୫-ଜିରେ ଆଖି ପିଛୁଳାକେ ଖୋଲିଯିବ ୱେବପେଜ୍
– ୫-ଜିର ସ୍ପିଡ୍ ବର୍ତ୍ତମାନର ସ୍ପିଡଠାରୁ ଢେର ଅଧିକ ହେବ
– ୫ଜିରେ ଅତି କମ୍ ସମୟରେ ଫଟୋ ଓ ଭିଡିଓ ଡାଉନ୍ଲୋଡ କିମ୍ବା ଅପ୍ଲୋଡ କରିହେବ
– ଏକାଧିକ ଡିଭାଇସକୁ ଇଣ୍ଟରନେଟ୍ ସହ ଯୋଡାଯାଇ ପାରିବ
– ୫-ଜି ନେଟୱର୍କର ସ୍ପିଡ୍ ୧ ସେକେଣ୍ଡରେ ୨୦ ଜିବି ପର୍ଯ୍ୟନ୍ତ ହେବ
– ହାଇସ୍ପିଡ୍ ଇଣ୍ଟରନେଟ୍ ଯୋଗୁ ଭିଡିଓ କଲ୍ କରିବା ଆହୁରି ସହଜ ହେବ
– ୫- ଜି ନେଟୱର୍କରେ ମାତ୍ର ୫ରୁ ୬ ସେକେଣ୍ଡରେ ପୂରା ଫିଲ୍ମ ଡାଉନଲୋଡ୍ ହୋଇପାରିବ
– ଅତି ସହଜରେ ଅନଲାଇନରେ ପାଠ ପଢ଼ିପାରିବେ ପିଲା
– ୫-ଜି ଆସିଲେ ଅନଲାଇନ୍ କାମ ଆହୁରି ଶୀଘ୍ର ହୋଇପାରିବ
– ଇଣ୍ଟରନେଟ୍ କଲରେ ଟୋନ କଟିବ ନାହିଁ

Spread the love