ପୁଲିସ ଭୟରେ ଆନ୍ଧ୍ରରେ ଅନଲାଇନରେ ଚାଲିଛି ଗଞ୍ଜା ଲଢେଇ ଜରିଆରେ ଜୁଆ ଖେଳ

ଦେଶରେ ୫-ଜି ସେବା, ମୋବାଇଲ ନେଟୱର୍କ କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ଆଣିଛି, ତାହା କିଛି ଅସାଧୁ ବ୍ୟକ୍ତିଙ୍କୁ ଫାଇଦା ଆଣିଦେଇଛି । ପୋଲିସ ଚଢାଉରୁ ବର୍ତ୍ତିବା ପାଇଁ ପଡୋଷୀ ଆନ୍ଧ୍ର ପ୍ରଦେଶରେ ଅନଲାଇନରେ ଆୟୋଜନ ହେଉଛି ଗଞ୍ଜା ଲଢେଇ । ସଂକ୍ରାନ୍ତିରେ ଆନ୍ଧ୍ରରେ ଆୟୋଜିତ ହୁଏ ଏହି ପାରମ୍ପରିକ ଗଞ୍ଜା ଲଢେଇ ପ୍ରତିଯୋଗିତା । ଲୋକେ ସିଧାସଳଖ ଏହି ପ୍ରତିଯୋଗିତାକୁ ନିଜ ମୋବାଇଲ ଫୋନରେ ଦେଖିପାରିବେ । ଦେଶରେ ୫-ଜି ସେବା ଆରମ୍ଭ ହୋଇସାରିଥିବାରୁ ମୋବାଇଲ ଫୋନରେ ଏଭଳି ପ୍ରତିଯୋଗିତାର ମଜା ନେବାକୁ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି ।ଆନ୍ଧ୍ରରେ ସଂକ୍ରାନ୍ତିରେ ପାଳିତ ହୁଏ ପାରମ୍ପରିକ ଗଞ୍ଜା ଲଢେଇ
– ହେଲେ ଏଥିରେ ବେଟିଂ ହେଉଥିବାରୁ ଚଢାଉ କରୁଛି ପୋଲିସ
– ପୋଲିସ ଚଢାଉରୁ ବଞ୍ଚିବା ପାଇଁ ଅନଲାଇନ କରୁଛନ୍ତି ଆୟୋଜକ
– ସାରାଦେଶରୁ ଅନଲାଇନରେ ବେଟିଂ ପାଇଁ ଆହ୍ୱାନ କରାଯାଉଛି
– ଗଞ୍ଜା ଲଢେଇରେ ଆଗ୍ରହୀ ବ୍ୟକ୍ତି କରୁଛନ୍ତି ଅନଲାଇନ୍ ବେଟିଂ
– ଗୋପନୀୟ ମେସେଜି ଗ୍ରୁପ ସବୁ ତିଆରି କରାଯାଇଛି
– ନିର୍ଦ୍ଧାରିତ ସମୟରେ ଗୋପନୀୟ ସ୍ଥାନରେ ପହଞ୍ଚିବାକୁ କୁହାଯାଉଛି
– ଗଞ୍ଜା ଲଢେଇ ପାଇଁ ହୃଷ୍ଟପୁଷ୍ଟ ଗଞ୍ଜା ଧରି ପହଞ୍ଚୁଛନ୍ତି ମାଲିକ
– କେଉଁ ଗଞ୍ଜାରେ ଟଙ୍କା ଲଗାଇବାକୁ ଆଗ୍ରହୀ ଅନଲାଇନରେ କରୁଛନ୍ତି ଚୟନ
– ଇଣ୍ଟରନେଟରେ ଗଞ୍ଜା ବାବଦରେ ଦିଆଯାଉଛି ତଥ୍ୟ
– ଲଢେଇ ଆରମ୍ଭ ହେବାର ଅନ୍ୟୁନ ୧୦ ମିନିଟ ପୂର୍ବରୁ ଲାଗୁଛି ବେଟିଂ
– ଅନଲାଇନରେ ଟଙ୍କା ଗ୍ରହଣ କରୁଛନ୍ତି ଗଞ୍ଜା ଲଢେଇ ଆୟୋଜକ
– ଲଢେଇ ଆରମ୍ଭ ହେବାପରେ ଏହାର ଲାଇଭ ଷ୍ଟ୍ରିମିଂ କରାଯାଉଛି
– ଦେଶର ଯେକୌଣସି ସ୍ଥାନରେ ବସି ଗଞ୍ଜା ଲଢେଇର ମଜା ନେଉଛନ୍ତି ଦର୍ଶକ
– ୫-ଜି ସେବା ଯୋଗୁଁ ମୋବାଇଲରେ ଗଞ୍ଜା ଲଢେଇ ଦେଖିବା ହୋଇଛି ସହଜ

Spread the love