ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବଜେଟ ଅଧିବେଶନ ପରେ ବୁଲିବେ ସାରା ଦେଶ

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଏବେ ବି ଚାଲିଛି । ଭାରତ ଯୋଡ ଯାତ୍ରା ଦ୍ୱାରା କଂଗ୍ରେସକୁ ସଫଳତା ମିଳୁଥିବା କଥା କଂଗ୍ରେସ ନେତାମାନେ ଗଣମାଧ୍ୟମରେ କହୁଛନ୍ତି । ହେଲେ ରାହୁଲଙ୍କ ଭାରତ ଯୋଡ ଯାତ୍ରା ପରେ ବିହାର ମୁଖ୍ୟମନ୍ତ୍ରୀ ମଧ୍ୟ ସାରା ଦେଶ ବୁଲିବେ ବୋଲି ଘୋଷଣା କରିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ରାଜ୍ୟରେ ‘ସମାଧାନ ଯାତ୍ରା’ ଚଳାଇଛନ୍ତି । ଏହି କ୍ରମରେ ସେ ଆଜି ପଶ୍ଚିମ ଚମ୍ପାରଣରେ ସଭା କରୁଛନ୍ତି । ଏହି ସଭାରେ ନୀତିଶ କୁମାର ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ବଜେଟ ଅଧିବେଶନ ପରେ ସେ ସାରା ଭାରତ ଯାତ୍ରା କରିବାକୁ ବାହାରିବେ । ଏହାର ଅର୍ଥ ହେଉଛି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ବିରୋଧୀଦଳମାନଙ୍କୁ ଏକାଠି କରିବାକୁ ନୀତିଶ ଯୋଜନା କରିଥିବା ଅନୁମାନ କରାଯାଇଛି । ଏହି ଯାତ୍ରା କ୍ରମରେ ସାରା ଦେଶରେ ଥିବା ବିରୋଧୀଦଳ ନେତାମାନଙ୍କ ସହ ନୀତିଶ କୁମାର ବୈଠକ କରିବେ ।

ନୀତିଶ କୁମାର ଗୁରୁବାର ଦିନ ସମାଧାନ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଗଣମାଧ୍ୟମ ସହ କଥା ହୋଇଥିଲେ । ଏହି କ୍ରମରେ ସେ କହିଥିଲେ କି ଭାରତ ଯାତ୍ରା ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରଥମେ ସମାଧାନ ଯାତ୍ରା ଶେଷ ହେବ ଓ ପରେ ବଜେଟ ଅଧିବେଶନ ସରିବା ପରେ ସେ ଦେଶବ୍ୟାପୀ ଯାତ୍ରା କରିବେ ବୋଲି କହିଛନ୍ତି । ନୀତିଶ କୁମାରଙ୍କର ଏଭଳି ଘୋଷଣା ଅନେକ ଦିଗକୁ ସୂଚାଉଛି । କାରଣ କିଛିଦିନ ପୂର୍ବରୁ ନୀତିଶ କୁମାର କହିଥିଲେ ଚଳିତ ବର୍ଷରେ କେନ୍ଦ୍ର ସରକାର ବଦଳାଇବା ପାଇଁ ନିଜେ ପ୍ରୟାସ କରିବେ । ବିହାରରେ ମହାମେଣ୍ଟ ପରେ ସେ ଏହି ଘୋଷଣା ଦର୍ଶାଉଛି କି, ଏବେ କେନ୍ଦ୍ରରେ କ୍ଷମତା ଦଖଲ କରିବାକୁ ନୀତିଶ କୁମାର ସମସ୍ତ ବିରୋଧୀଦଳଙ୍କୁ ଏକାଠି କରିବାକୁ ପ୍ରୟାଶ ଆରମ୍ଭ କରୁଛନ୍ତି ।

Spread the love