ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ସହ ଏସପିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ : ବିଜେପ

ଆଜି ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଥିଲା । ସମସ୍ତ ବ୍ୟବସାୟ ଓ ଶିଳ୍ପ ପ୍ରତିଷ୍ଠାନ, ସାଧାରଣଜନତାଙ୍କ ଅଦ୍ଭୁତପୂର୍ବ ସମର୍ଥନ କାରଣରୁ ବନ୍ଦ ଡାକରା ସଂପୂର୍ଣ୍ଣ ସଫଳ ହୋଇଛି । ଏହି ବନ୍ଦ ଡାକରାକୁ ସଫଳ କରିଥିବା କାରଣରୁ ସମସ୍ତ କାର୍ଯ୍ୟକର୍ତା ଏବଂ ଜିଲ୍ଲାବାସୀଙ୍କୁ ଜିଲ୍ଲା ବିଜେପି ସଭାପତି ଶ୍ରୀ ଗୈାତମ ରାୟ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ରାୟ କହିଛନ୍ତି ଯେ, ପୂର୍ବ ଘାଷଣାନୁଯାୟୀ ଆଜି ସକାଳ ୬ଟାରୁ ଯାଜପୁର ସହର ସମେତ ଜିଲ୍ଲାର ବରୀ, ବିଂଝାରପୁର, ଧର୍ମଶାଳା ବ୍ଲକରେ ବନ୍ଦ ଡାକରାର ପ୍ରଭାବ ଅନୁଭୁତ ହୋଇଥିଲା । ସାଧାରଣଜନତାଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନ, ବ୍ୟବସାୟ ଓ ଶିଳ୍ପପ୍ରତିଷ୍ଠାନ, ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନ, କୋର୍ଟ କଚେରୀ ଆଦି ସ୍ୱତଃ ପ୍ରବୃତ ଏହି ବନ୍ଦ ଡାକରାରେ ସାମିଲ ହୋଇଥିଲେ । ଦଳୀୟ କାର୍ଯ୍ୟକର୍ତାଙ୍କ ସହ ସାମିଲ ହୋଇ ଶତାଧିକ ସାଧାରଣ ଜନତା ରାଜ୍ୟ ଓ ଜାତୀୟରାଜପଥକୁ ଅବରୋଧ କରିଥିଲେ । ପିକେଟିଂ ଜରିଆରେ ସରକାରୀ କାର୍ଯ୍ୟାଳୟଗୁଡିକୁ ବନ୍ଦ ଡାକରାରେ ସାମିଲହେବା ପାଇଁ ଆହ୍ୱାନ କରାଯାଇଥିଲା । ଜିଲ୍ଲାବାସୀଙ୍କ ଭାବନାକୁ ସମ୍ମାନ ଜଣାଇ ପ୍ରଶାସନ ତୁରନ୍ତ ଜିଲ୍ଲା ଏସପିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସ୍ମିତାରାଣୀ ହତ୍ୟା ମାମଲାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଶ୍ରୀରାୟ ପୁଣି ଥରେ ଦାବି କରିଛନ୍ତି ।

ସ୍ମିତାରାଣୀଙ୍କ ମୃତ ସମୟରେ ଗେଷ୍ଟ ହାଉସରେ ଉପସି୍ôଥତ ଥିବା ଏକାଧିକ ବ୍ୟକ୍ତିମାନେ କିଏ ? ଘଟଣାସ୍ଥଳରେ ଏକାଧିକ ବ୍ୟକ୍ତି ଉପସି ୍ôଥତ ଥିବାବେଳେ କେବଳ ସ୍ଥାନୀୟ ସରପଂଚଙ୍କ ସ୍ୱମୀ ରୁପେଶ ଭଦ୍ରଙ୍କୁ କାହିଁକି ଗିରଫ କରାଯାଇଛି ? ସଚିବାଳୟର ୩ୟ ମହଲା, ଜିଲ୍ଲା ପ୍ରଶାସନ ଏବଂ ବିଜେଡି ନେତାଙ୍କ ସହ ରାମକା ଅଧିକାରୀଙ୍କ କ\’ଣ ସଂପର୍କ ରହିଛି ? ଜିଲ୍ଲା ଏସପି ଗଣମାଧ୍ୟମରେ ମୃତକ ସ୍ମିତାରାଣୀଙ୍କ ଚରିତ୍ରକୁ ଆକ୍ଷେପ କରି ବକ୍ତବ୍ୟ ଦେବା ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ ଏବଂ ଅସଲ ସତ୍ୟାସତ୍ୟକୁ ଲୁଚାଇବା ପାଇଁ ହୀନ ଚକ୍ରାନ୍ତ ନୁହେଁ ତ ? ବର୍ତମାନ ସୁଦ୍ଧା ଘଟଣା ଘଟିଥିବା ଗେଷ୍ଟହାଉସ, ବ୍ୟବହାର ହୋଇଥିବା ସ୍କୋର୍ପିଓ ଗାଡିକୁ କାହିଁକି ସିଜ୍ କରାଯାଇନାହିଁ ? ଅଭିଯୁକ୍ତଙ୍କ ବଦଳରେ ପୀଡିତାଙ୍କ ସ୍ୱାମୀ, ଭାଇ, ବାପାଙ୍କୁ ଘଂଟାଘଂଟା ଧରି ଥାନାରେ ଅଟକ ରଖାଯାଇ ଜେରା କରାଯିବାର ଉଦ୍ଦ୍ୟେଶ କ\’ଣ ବୋଲି ସାଧାରଣରେ ପ୍ରଶ୍ନ ହୋଇଛି ଏବଂ ଏହାର ସତ୍ୟାସତ୍ୟ ସାମ୍ନାକୁ ଆସିବା ନିହାତି ଆବଶ୍ୟକ ବୋଲି ଶ୍ରୀ ରାୟ କହିଛନ୍ତି । ଆଜିର ଏହି ବନ୍ଦ ଡାକରାର ସଫଳତାକୁ ହୃଦବୋଧ କରି ରାଜ୍ୟସରକାର ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରନ୍ତୁ । ନଚେତ ଆଗାମୀ ଦିନରେ ଏହି ଆନ୍ଦାଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଶ୍ରୀ ରାୟ ଚେତାବନୀ ଦେଇଛନ୍ତି । ଜିଲ୍ଲାରେ ହୋଇଥିବା ଏହି ବନ୍ଦ ପାଳନରେ ବିଶ୍ୱ ରଂଜନ ମଲ୍ଲିକ, ଅମୀୟ ମଲ୍ଲିକ, ଅମର ନାୟକ, ବିଶ୍ୱଜିତ ନାୟକ, ତୁଷାର ପରିଡା, ପ୍ରଦୀପ ବଳସାମନ୍ତ, ପବିତ୍ର ଦାସ ଏବଂ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତାଙ୍କ ସମେତ ଲକ୍ଷାଧିକ ଜନସାଧାରଣ ସାମିଲ ଥିଲେ ।

Spread the love