୨୦୧୩ ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡା ପଞ୍ଚାୟତ ରେଙ୍ଗାଲୀ ଉଚ୍ଚ ବିଦ୍ୟାଳୟ କୁଇକେଡା ର ମାଟ୍ରିକ ୯ ବର୍ଷ ପରେ ପୁରାତନ ଛାତ୍ର ଜଗବନ୍ଧୁ ମହାନନ୍ଦ,ଆଶିଷ ନନ୍ଦ ଓ ପ୍ରଭାତି ହରପାଲ ଙ୍କ ଆହ୍ବାନ କ୍ରମେ ୨୦୧୩ ବ୍ୟାଚ ର ବନ୍ଧୁମିଳନ ବେଳଖଣ୍ଡି ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଥିଲା ।ସ୍କୁଲ ଛାଡ଼ିବା ପରେ ବନ୍ଧୁ ମାନେ ବହୁ ବର୍ଷ ପରେ ଏକାଠି ହୋଇଥିବା ରୁ ସମସ୍ତେ ନିଜର ସ୍କୁଲ ଦିନର ଅନୁଭୂତି ବାଣ୍ଟିବା ସହ ଏଣୁ ଏଣିକି ପ୍ରତିବର୍ଷ ଡିସେମ୍ବର ଶେଷ ସପ୍ତାହ କିମ୍ୱା ଜାନୁୟାରୀ ପ୍ରଥମ ସପ୍ତାହ ର ବନ୍ଧୁ ମିଳନ ହେବା ନେଇ ସହମତି ପ୍ରକାଶ ପାଇଥିଲା।ପରେ ହାଇସ୍କୁଲ ର ଉନ୍ନତି ପାଇଁ ମୋ ସ୍କୁଲ ଅଭିଯାନ ରେ ସାମିଲ ହେବାପାଇଁ ପୁରାତନ ଛାତ୍ର ଛାତ୍ରୀ ମାନେ ନିଷ୍ପତି ନେଇଥିଲେ। ଉକ୍ତ ମିଳନ ପର୍ବରେ ସୁମନ୍ତ ଭୋଇ, ମନୋରଞ୍ଜନ ବାଗ, କିସାନ ନାଗ, ରବୀନ୍ଦ୍ର ଜାଲ, ଗୋବିନ୍ଦ ମାଝୀ, ସଞ୍ଜୟ ନାଗ, ଶିବୁ ନନ୍ଦ ଭଗ୍ୟବନ୍ତ ପୋଡ଼, ସଙ୍ଗୀତା ନାଗ, କୌଶଲ୍ୟା ନାଗ, ଚନ୍ଦ୍ରିକା ମାଝୀ, ସୁଷମା ବାଗ, ପ୍ରେମିକା ନାଗ, ମମିତା ବଗର୍ତ୍ତି, ରିଙ୍କି ଓ ସଞ୍ଜୟ ନନ୍ଦ ପ୍ରମୁଖ ଯୋଗଦେଇଥିଲେ।

Spread the love