ଅଳ୍ପକେ ବର୍ତ୍ତିଲା ପୁରୀରୁ ଜଳେଶ୍ଵର ଯାଉଥିବା ମେମୋ ପାସେଞ୍ଜର ଟ୍ରେନ

ଅଳ୍ପକେ ବର୍ତ୍ତିଲା ପୁରୀରୁ ଜଳେଶ୍ଵର ଯାଉଥିବା ମେମୋ ପାସେଞ୍ଜର ଟ୍ରେନ। ରାଜମହଲ ଓଭର ବ୍ରିଜ୍ ଦେଇ ଯାଉଥିବା ସମୟରେ ଟ୍ରେନ ଉପରେ କେବୁଲ ତାର ପଡ଼ି ବଡ ଧରଣର ସାଉଣ୍ଡ ହେବା ସହ ଆଖପାଖ ଅଞ୍ଚଳରେ ନିଆଁ ଲାଗିଯାଇଛି ।

କେବୁଲ୍ କାମ  କରିଥିବା ଲୋକଙ୍କ ଅବହେଳା ଯୋଗୁଁ ଏମିତି ଅଘଟଣ ଘଟିଛି ବୋଲି ସ୍ଥାନୀୟ ବାସିନ୍ଦା ଏବଂ ଟ୍ରେନ ଯାତ୍ରୀ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପ୍ରାୟ ୪୫ ମିନିଟ ଧରି ଦୁଇଟି ଟ୍ରେନ ଅଟକି ରହିଥିଲା।

Spread the love