ଉପର ଅଧିକାରୀଙ୍କ ମାଡ଼ରେ ତଳିଆ କର୍ମଚାରୀ ଆହତ

ସଇଁନ୍ତଲା, ଡ୍ୟୁଟି ସମୟ ପରିବର୍ତ୍ତନ କରିବାକୁ ଗୁହାରି କରିବାରୁ ମାଡ଼ ଖାଇ ଗୁରୁତର ହୋଇଛନ୍ତି ଜଣେ କର୍ମଚାରୀ l ବଲାଙ୍ଗୀର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ ରହିଥିବା ଅଗ୍ନିଶ୍ରମ ବିଭାଗ ର ଅଧିକାରୀ ତୁଳସୀ ଦୋରା ନିଜ ଅଧସ୍ତନ କର୍ମଚାରୀ ପଦ୍ମନ ଥପା କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି l ଗତ ସପ୍ତାହ ରେ ପଦ୍ମନ ଥପା କୁ ଏ ସିପଟ କାମ କରିବା ପାଇଁ ନିର୍ଦେଶ ଦେଇଥିଲେ ଅଧିକାରୀ l ପୁଣି ଚଳିତ ସପ୍ତାହ ମଧ୍ୟ ଏ ସିପଟ କାମ କରିବାକୁ ନିର୍ଦେଶ ଦେବା ପରେ ରୋଟେସନ ଅନୁଯାୟୀ ତାଙ୍କୁ ବି ସିପଟ କାମ କରିବାକୁ ଅନୁରୋଧ କରିଥିଲେ l ହେଲେ ସମୟ ପରିବର୍ତନ କରିବା ପରିବର୍ତ୍ତେ ଅଧିକାରୀ ତୁଳସୀ ଦୋରା ତଳିଆ କର୍ମଚାରୀ ପଦ୍ମନ ଥପା ର ମୁହଁ ଏବଂ ଆଖିରେ ମାଡ଼ ମାରିବା ଯୋଗୁଁ ଗୁରୁତର ହୋଇପଡିଛନ୍ତି ତଳିଆ କର୍ମଚାରୀ l ସଂଗେ ସଂଗେ ଅନ୍ୟ କର୍ମଚାରୀ ପଦ୍ମନ ଥପା କୁ ଉଦ୍ଧାର କରି ଟିଟିଲାଗଡ଼ ସହର ସ୍ଥିତ ପିପିଲ ପଦର ଠାରେ ଥିବା ଆଖି ଡାକ୍ତରଖାନା କୁ ଆଣି ଭର୍ତି କରିଥିଲେ l ହେଲେ ଏଠାରେ ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ବଡ଼ ଆଖି ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି l ଏହାକୁ ନେଇ ଅନ୍ୟ କର୍ମଚାରୀ ମାନେ ମଧ୍ୟ ନିଜ ଅଧିକାରୀ ଙ୍କ ଏପରି ଦବଙ୍ଗଗିରୀ ଉପରେ ପ୍ରଶ୍ନ କରିବା ସହ ଅନେକ ସମୟରେ କର୍ମଚାରୀ ମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି l ଅଗ୍ନିଶ୍ରମ ବିଭାଗ ର ଅଧିକାରୀ ତୁଳସୀ ଦୋରା ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Spread the love