ଲକ୍ଷେ ୫୦ହଜାର ଟଙ୍କା ଲୁଟି ନେଲେ

ସଇଁନ୍ତଲା,ଆଜି ଦିନ ଦିପହରେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ସହର ଶ୍ୟମ ଟ୍ରେଡ଼ସ ଦୋକାନ ରୁ ଏକ ଲକ୍ଷ 50 ହଜାର ଟଙ୍କା ଚୋରି ହେଇ ଥିବା ଥାନା ରେ ଅଭିଯୋଗ ହେଇଛି l ସୂଚନା ଯୋଗ୍ୟ ଯେ, ଆଜି ଦିନ ଦିପହରେ ରେ ଦୋକାନ ର ମାଲିକ ଏକା ଥିବା ସମୟ ରେ ଗ୍ରାହକ ବେଶ ରେ ଆସି ସାମଗ୍ରୀ କିଣିବା ବାହାନା ରେ ଟଙ୍କା ଡ୍ର ଭାଙ୍ଗି 1 ଲକ୍ଷ 50 ହଜାର ଟଙ୍କା ନେଇ ଯାଇ ଥିଲେ !ପରେ ଦୋକାନ ମାଲିକ ପିଛା କରି ଥିଲେ ସୁଦ୍ଧା ଚୋର କୁ ଧରି ନ ଥିଲେ ! ଏ ନେଇ ଦୋକାନ ର ମାଲିକ ଥାନା ରେ ଅଭିଯୋଗ କରିବା ପରେ ପୋଲିସ ପହଁଚି ଘଟଣା ତଦନ୍ତ ଆରମ୍ଭ କରିଛି !ବିଭିନ୍ନ ଛକ ରେ ଲାଗି ଥିବା CCTV ଯାଞ୍ଚ କରୁଛି ସଇଁତଲା ପୁଲିସ l

Spread the love