ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଲା ସ୍କୁଲ ବସ୍ , ୧୫ ଛାତ୍ରଛାତ୍ରୀ ଆହତ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଫଟିକି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ସ୍କୁଲ ପିଲାଙ୍କୁ ନେଇ ଚନ୍ଦାହାଣ୍ଡିରୁ ଫଟିକି ଯାଉଥିବା ସମୟରେ ମୋହରା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ବସ୍ ରେ ବସିଥିବା ପ୍ରାୟ ୧୫ ଜଣ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟ ରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଚନ୍ଦା ହାଣ୍ଡି ମେଡିକାଲ ରେ ଭର୍ତ୍ତି କରି ଚିକିତ୍ସା ଜାରି ରହିଛି ।

Spread the love