ଦ୍ୱିତୀୟ ଦିନିକିଆ: ୨୧୫ ରନରେ ଶ୍ରୀଲଙ୍କା ଅଲଆଉଟ

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେଉଛି । ଏହି ମ୍ୟାଚରେ ଭାରତ ପ୍ରଥମେ ବୋଲିଂ କରି ଶ୍ରୀଲଙ୍କା ଦଳକୁ ୨୧୫ ରନରେ ଅଲଆଉଟ କରିଦେଇଛି । ଫଳରେ ଭାରତ ଆଗରେ ଏବେ ୨୧୬ ରନର ବିଜୟ ଲକ୍ଷ୍ୟ ରହିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ମହମ୍ମଦ ସିରାଜ ଓ କୁଲଦୀପ ଯାଦବ ୩ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି । ଏହି ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଭାରତ ବୋଲିଂ ପାଇଁ ମୈଦାନକୁ ଓହ୍ଲାଇଥିଲା । ଶ୍ରୀଲଙ୍କା ପକ୍ଷରୁ ନୁୱେନ୍ଦୁ ଫର୍ନାଣ୍ଡୋ ୫୦, କୁଶଲ ମେଣ୍ଡିସ ୩୪ ଓ ଦୁନିଥ ୱେଲଆଲାଗି ୩୨ ରନ କରିଥିଲେ । ଫଳରେ ଦଳ ୩୯ ଓଭର ୪ଟି ବଲ ଖେଳି ୨୧୫ ରନରେ ଅଲଆଉଟ ହୋଇଯାଇଥିଲା । ଏବେ ଭାରତକୁ ଜିତିବାକୁ ହେଲେ ଶ୍ରୀଲଙ୍କା ବୋଲରଙ୍କୁ ସାମ୍ନା କରିବାକୁ ହେବ । ଭାରତ ପ୍ରଥମ ମ୍ୟାଚରେ ଜିତି ୧-୦ରେ ଆଗୁଆ ରହିଛି ।

Spread the love