ବ୍ରିଟେନରେ ପରମାଣୁ ବୋମା ନିର୍ମାଣର ସାମଗ୍ରୀ ମିଳିବା ପରେ ହଇଚଇ; ପାକିସ୍ତାନ ସରକାର ଦେଲେ ଏପରି ସଫେଇ

ଲଣ୍ଡନର ହିଥ୍ରୋ ଏୟାରପୋର୍ଟରେ ପରମାଣୁ ବୋମା ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ଘାତକ ୟୁରାନିୟମ ଭରା ବ୍ୟାଗ୍ ଧରାପଡିବା ପରେ ହଇଚଇ ସୃଷ୍ଟି ହୋଇଛି । ଧରା ପଡିଥିବା ୟୁରେନିୟମକୁ ନେଇ ବ୍ରିଟେନ୍ ଗଣମାଧ୍ୟମରେ ପ୍ରକାଶ ତଥ୍ୟକୁ ପ୍ରତ୍ୟାକ୍ଷାନ କରିଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ । ରିପୋର୍ଟରେ ପାକିସ୍ତାନ ବିରୋଧରେ ଯାହା କୁହାଯାଇଛି ତାହା ମିଛ ବୋଲି ପ୍ରେସ୍ କନଫରେନ୍ସରେ ସ୍ପଷ୍ଟ କରିଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ବିଲାୱଲ ଭୁଟ୍ଟୋ । ଡିସେମ୍ବର ୨୯ ତାରିଖରେ ବ୍ରିଟେନ୍ ଏୟାରପୋର୍ଟରେ ୟୁରାନିୟମ ଧରାପଡିବା ପରେ ଏହା ପାକିସ୍ତାନରୁ ଆସିଛି ବୋଲି ଖବର ପ୍ରକାଶ ପାଇଥିଲା । ଏହାପରେ ରାଜନୈତିକ କ୍ଷେତ୍ରରେ ଆଲୋଚନା ଆରମ୍ଭ ହୋଇଯାଇଥିଲା । ଏହାକୁ ଏବେ ପାକିସ୍ତାନ ସରକାର ଏକ ଷଡଯନ୍ତ୍ର ବୋଲି କହିଛନ୍ତି ।

Spread the love