ଅପରାଜିତା କହିଲେ, ମୋଦୀ ଚାଉଳ ଦେଉଛନ୍ତି ବୋଲି ଲୋକ ଜାଣନ୍ତୁ…

ଚାଉଳକୁ ନେଇ ରାଜନୀତି ଜାରି ରହିଥିବା ବେଳେ ବଡ଼ ନିଷ୍ପତି ନେଇଛନ୍ତି ମୋଦୀ ସରକାର । ଚାଉଳ ଓ ଗହମ ଦେବା ସମୟରେ ନ୍ୟାସନାଲ ଫୁଡ ସିକ୍ୟୁରିଟି ଆକ୍ଟ ବା ଏନଏଫଏସଏ ଲେଖାଥିବା ପ୍ରିଂଟ ଲୋକଙ୍କୁ ଦେବାକୁ ପଡ଼ିବ । ଏହାସହ ଏହି ଚାଉଳ ଓ ଗହମ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି ଏଥିରେ ଦର୍ଶାଇବାକୁ ପଡ଼ିବ । ଜାତୀୟ ଖାଦ୍ୟ ସୁରକ୍ଷା ଯାଜନା ପାଇଁ ଅଲଗା ରସିଦ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ଅଲଗା ରସିଦ ରହିବ ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ସମର୍ଥନ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ରାଜ୍ୟରେ ୩ କୋଟି ୨୫ ଲକ୍ଷ ଲୋକଙ୍କ ଚାଉଳରେ ମୋଦୀ ସରକାର ଷ୍ଟିକରିଂ କରିବେ । ସେହିପରି ରାଜ୍ୟ ସରକାର ୯ ଲକ୍ଷ ଲୋକଙ୍କ ଚାଉଳରେ ଷ୍ଟିକରିଂ କରନ୍ତୁ ବୋଲି ଅପରାଜିତା କହିଛନ୍ତି । ମୋଦୀ ସରକାର ଚାଉଳ ଦେଉଛନ୍ତି ବୋଲି ଲୋକେ ଜାଣିବା ଦରକାର । ପୂର୍ବରୁ ଯଦି ସରକାର ଚାଉଳ ସତକୁ ସ୍ପଷ୍ଟ ଭାବେ କହିଥାନ୍ତେ ତେବେ ଅସୁବିଧା ହୋଇନଥାନ୍ତା । ଭୁବନେଶ୍ୱର – ରାଉରକେଲା ବିମାନ ଉଡିଲା ମୋଦିଙ୍କ ଫଟୋ ନାହିଁ, ଯେଉଁଟା ଭୁଲ ହେଉଛି ସେହି ଭୁଲ କହିବୁ, ରାଜ୍ୟ ଏହାକୁ ସୁଧାରିବାକୁ ବାଧ୍ୟ ।

ମୋଦୀ ସରକାରଙ୍କ ନୂଆ ଘୋଷଣା ପରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କୁ ମାଗଣା ଚାଉଳ ମିଳିବ । ରାଜ୍ୟ ସରକାର ବାରମ୍ବାର କହୁଥିଲେ ଆମେ ଟଙ୍କା ଚାଉଳ ଦେଉଛୁ ଏହା ଭିତ୍ତିହୀନ ଜ୍ଝ କେନ୍ଦ୍ର ସରକାର ପ୍ରତି ମାସ ୬୧୬ କୋଟି ଟଙ୍କା ଖର୍ଚ୍ଚ କରିବେ ଏବଂ ସମସ୍ତେ ୩ କୋଟି ୨୪ ଲକ୍ଷ ଲୋକ ମାଗଣାରେ ଚାଉଳ ପାଇବେ । କେନ୍ଦ୍ର ଚାଉଳର ସିଂହ ଭାଗ ଦେଇଥିଲେ କିନ୍ତୁ ରାଜ୍ୟ ସରକାର କହୁଥିଲେ ଆମେ ଦଉଚୁ ଜ୍ଝ ଦ୍ଵନ୍ଦ ସୃଷ୍ଟି କରାଯାଉଥିଲା ଜ୍ଝ ଏହା ଏକ ଷଡଯନ୍ତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ ଜ୍ଝ ଭ୍ରମିତ କରିବା ପାଇଁ ଚେଷ୍ଟା କରାଯାଉଥିଲା ଜ୍ଝ ତାକୁ ଦୂର କରିବା ପାଇଁ ଗରିବୀ କଲ୍ୟାଣ ଅନ୍ନ ଯୋଜନା ଆସିଛି ଜ୍ଝ ଲୋକମାନେ ଜଣାନ୍ତୁ ମୋଦି ମାଗଣାରେ ଦେଉଛନ୍ତି ।

Spread the love