ଡେଙ୍ଗ ବିଦ୍ୟାଳୟ ଜୁନିୟର ରେଡକ୍ରସ ତରଫରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଜୁନିୟର ରେଡକ୍ରସ ତରଫରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ସଭାପତିତ୍ୱ କାର୍ଯ୍ୟକ୍ରମକୁ ରେଡକ୍ରସ କର୍ମୀ ତଥା ରାଜ୍ୟ ରକ୍ଷକ ପ୍ରୋଗ୍ରାମର ମାଷ୍ଟର ଟ୍ରେନର ରାମ ନାରାୟଣ ଦାଶ ସଂଯୋଜନା କରିଥିଲେ । ସମ୍ମାନିତ ଅତିଥି ଭାବରେ ବରିଷ୍ଠ ନାଗରିକ ପଦ୍ମନାଭ ରଣା ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଣେଶ ରଣା ଯୋଗଦାନ କରିଥିଲେ । ଶିକ୍ଷକ ଶିକ୍ଷୟତ୍ରୀ ଗଣ ବିଭିନ୍ନ ଦୁର୍ଘଟଣା ଯୋଗୁଁ ଦୈନନ୍ଦିନ ଜିବନରେ ଧନ ଜିବନ ହାନି ହେଉଛି ବୋଲି ମତପ୍ରକାଶ କରିଥିଲେ । ତେଣୁ ସମସ୍ତେ ଟ୍ରାଫିକ୍ ସଂକେତ ନିୟମ ମାନିବା ସହ ମଦ୍ୟପାନ ସମୟରେ, ବିନା ହେଲମେଟରେ, କ୍ଷିପ୍ରଗତିରେ, ମୋବାଇଲ ଧରି ଗାଡି ନ ଚଳାଇବା ପାଇଁ ଗ୍ରାମବାସୀ ତଥା ଯାତ୍ରୀମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ନେଇ ସଇଁନ୍ତଲା ଷ୍ଟେସନ, ନୁଆବସ୍ତି ତଥା ଡେଙ୍ଗ ଗ୍ରାମରେ ପ୍ଲାକ୍ସ କାର୍ଡ ଧରି ଶୋଭାଯାତ୍ରା ମାଧ୍ୟମରେ ସଚେତନ କରାଯାଇଥିଲା । ପୂର୍ବରୁ ଛାତ୍ର ଛାତ୍ରୀମାନଙ୍କୁ ନେଇ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୁଇଜ କାର୍ଯ୍ୟକ୍ରମରେ ଅଭିଳାଶ ସାଗର, ମାମୁନି ପ୍ରଧାନ, ସୁପ୍ରିତା ରଣା, ଡିଲେରି ସାହୁ ପ୍ରମୁଖ କୃତିତ୍ୱ ହାସଲ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ କୃପାସିନ୍ଧୁ ମିଶ୍ର, ସମିର ସେଠି, ହିମାଂଶୁ ଶେଖର ବିଶ୍ୱାଲ, ଲିଙ୍ଗରାଜ ନନ୍ଦ, ଶିକ୍ଷୟତ୍ରୀ ରେଣୁକା ସାହୁ, ଦ୍ରୋପଦି ଭୋଇ, ଯଶୋବନ୍ତି ସୁନା, କାନ୍ତି ଭୋଇ, ଗ୍ରାମବାସୀ ବିଘ୍ନରାଜ ରଣା, ଟିଟୁ ରଣା ଉପସ୍ଥିତ ରହି ସହଯୋଗ କରିଥିଲେ । ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସୁଦର୍ଶନ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷୟତ୍ରି ଗାୟତ୍ରି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love