7 ପଂଚାୟତକୁ ଗୋଟିଏ ଜେଇ, ପିସିରେ ମାଲେମାଲ ଜେଇଁ

ସଇଁନ୍ତଲା, ଦୃନୀତି କୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପ୍ରୟାସ କରୁଛନ୍ତି ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ତାହା ବାଟବଣା ହୋଇଛି ପଡିଛି l ଅନେକ କାର୍ଯ୍ୟରେ ନିମ୍ନ ମାନର କାମ ହେଉ ଥିବା ବେଳେ ଠିକାଦାରଙ୍କ ଠାରୁ ପିସି କାଟି ବିଲ ପାସ କରୁଛନ୍ତି ଜେଇ l ଫଳରେ ପିସିରେ ଚାଲୁଛି ବ୍ଲକ ବୋଲି ସାଧାରଣରେ ଦାବି ହେଉଛି l ଗୋଟିଏ ଜେଇଁଙ୍କୁ କାହିଁକି 7 ଟି ପଂଚାୟତରେ କାହା ସ୍ୱାର୍ଥ ରେ ଦାୟିତ୍ବ ଦିଆଯାଇଛି l ବିନା ତଦାରଖ ରେ କାହିଁକି ଜେଇ ଜଣକ ବିଲ ପାସ କରୁଛନ୍ତି l ଜଣେ ବ୍ୟକ୍ତି ଗୋଟିଏ ପଂଚାୟତ ସମ୍ଭାଳିବା କଷ୍ଟ କର ହେଉଛି କିନ୍ତୁ 7 ଟି ପଂଚାୟତ ରେ ଜେଇଁ ଜଣକ କେମିତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି l ପ୍ରତ୍ୟେକ କାର୍ଯ୍ୟ ରେ ଜେଇ ଙ୍କ 5% ପିସି ରହିଛି ତେଣୁ ସେଥିପାଇଁ ତ ଏତେ ଗୋଟି ପଂଚାୟତ ରେ ଦାୟୀତ୍ୱ ନିର୍ବାହ ତୁଳାଉଛନ୍ତି l ଯଦି ପିସିରେ ଅଧାରୁ ଅଧିକ ଟଙ୍କା ଗଲା ତେବେ କାମ କିଭଳି ହେଉଥିବ ତାହା ନ କହିବା ଭଲ l ସେଥିପାଇଁ ତ ମାଲେମାଲ ଜେଇ କାଙ୍ଗାଲ ଠିକାଦାର ବୋଲି ଅନେକ ଚର୍ଚ୍ଚା l 22 ଟି ପଂଚାୟତ ପାଇଁ 4 ଜଣ ଜେଇଁ ରହି ଥିବା ବେଳେ ଉନ୍ନୟନ କାର୍ଯ୍ୟ ଉପରେ ବାଧାପ୍ରାପ୍ତ ସୃଷ୍ଟି ହେଉଛି ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ନୂତନ ଭାବେ ପ୍ରତ୍ୟେକ ପଂଚାୟତ ପାଇଁ ଗୋଟିଏ ଲେଖାଏଁ ଜେଇଁ ନିଯୁକ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି l

Spread the love