ମାଲ୍ୟବନ୍ତ ମହୋତ୍ସବରେ ଠେଲାପେଲା: ୩ ଆହତ

ମାଲକାନଗିରି: ମାଲକାନଗିରିରେ ଅନୁଷ୍ଠିତ ମାଲ୍ୟବନ୍ତ  ମହୋତ୍ସବର ଶେଷ ସଂଧ୍ୟାରେ ଅଘଟଣର ଖବର ଆସିଛି । ମଙ୍ଗଳବାର ରାତିରେ ତୃତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ଚାଲିଥିବାବେଳେ ପ୍ରବଳ ଜନସମାଗମ ହେତୁ ଠେଲାପେଲା ହୋଇଛି। ଅତ୍ୟଧିକ ଲୋକଙ୍କ ଭିଡ ଯୋଗୁ  ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ଠେଲାପେଲା ଭଳି ପରିସ୍ଥିତି ଉପୁଜିଛି। ଏହି ଠେଲାପେଲାରେ ୩ ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମାଲକାନଗିରି ଜିଲ୍ଲାର ମାଲ୍ୟବନ୍ତ ମହୋତ୍ସବ ଏକ ପ୍ରମୁଖ କାର୍ଯ୍ୟକ୍ରମ ହୋଇଥିବାବେଳେ ମହୋତ୍ସବ ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାର ଲୋକଙ୍କ ସମାଗମ ହୋଇଥିଲା। ମଙ୍ଗଳବାର ତୃତୀୟ ସନ୍ଧ୍ୟାରେ ଲୋକପ୍ରିୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଓ ଅସୀମା ପଣ୍ଡାଙ୍କ ସଂଗୀତ କାର୍ଯ୍ୟକ୍ରମ ଥିଲା। ପ୍ରାୟ ୫୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହୋଇ ଥିଲା।  ତେବେ ଭିଡକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ କର୍ମଚାରୀ ମାନେ ମାଲ୍ୟବନ୍ତ ପଡିଆର ମୁଖ୍ୟ ଫାଟକ ବନ୍ଦ କରି ଦେଇ ଥିବାରୁ ଠେଲାପେଲା ହୋଇଥଲା। ପୁଲିସ କର୍ଡନ ଭାଙ୍ଗି ଲୋକେ ଭିତରେ ପଶିଯିବାରୁ ଏଭଳି ପରିସ୍ଥିତି ଦେଖାଦେଇଥିଲା।

Spread the love