କଲେଜ ଛାତ୍ରଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ତେଲେଙ୍ଗାନା ‘ବିଜେପି’ ମୁଖ୍ୟ ବନ୍ଦୀ ସଞ୍ଜୟଙ୍କ ପୁଅ ନାଁରେ ମାମଲା

ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ଏକ ଘରୋଇ କଲେଜରେ ଜଣେ ସାଥୀ ଛାତ୍ରଙ୍କୁ ମଙ୍ଗଳବାର ଦିନ ଆକ୍ରମଣ କରିଥିବା ଅଭିଯୋଗରେ ତେଲେଙ୍ଗାନା ‘ବିଜେପି’ ମୁଖ୍ୟ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ନାଁରେ ମାମଲା ରୁଜୁ କରାଯାଇଛି।ହାଇଦ୍ରାବାଦର ମହିନ୍ଦ୍ରା ବିଶ୍ବବିଦ୍ୟାଳୟ ଫାଇଲ୍‌ କରିଥିବା ଅଭିଯୋଗ ଆଧାରରେ କୁମାରଙ୍କ ପୁଅ ବନ୍ଦୀ ଭଗୀରଥ ସାଇଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଉଭୟ ଉକ୍ତ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରନ୍ତି। ଏହି ଆକ୍ରମଣ ଘଟଣାର ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖାଯାଉଛି, ବିଶ୍ବବିଦ୍ୟାଳୟ ପରିସରରେ ଭଗୀରଥ ଶ୍ରୀରାମଙ୍କୁ ଚାପୁଡ଼ା ମାରି ଚାଲିଛନ୍ତି। ଭଗୀରଥଙ୍କ ବନ୍ଧୁ ଭଳି ଜଣାପଡୁଥିବା ଅନ୍ୟ ଜଣେ ଛାତ୍ର ମଧ୍ୟ ଶ୍ରୀରାମଙ୍କୁ ମାରୁଥିବା ଦେଖାଯାଉଛି। ଆଉ ‌ଏକ ଭିଡିଓରେ ଦେଖାଯାଉଛି ହଷ୍ଟେଲ୍‌ ରୁମ୍‌ରେ ଭଗୀରଥ ଓ ଆଉ ୫/୬ଜଣ ଛାତ୍ର ଶ୍ରୀରାମଙ୍କୁ ଗାଳିଗୁଲଜ କରିବା ସହିତ ମାରଧର କରୁଛନ୍ତି। ଭଗୀରଥ ଶ୍ରୀରାମଙ୍କ ମୁହଁରେ ମୁଥ ମାରୁଛନ୍ତି। ପରେ ଅନ୍ୟମାନେ ବି ଶ୍ରୀରାମଙ୍କୁ ଆକ୍ରମଣ କରୁଛନ୍ତି।

ଶ୍ରୀରାମ ଜଣେ କ୍ଲାସ୍‌ମେଟ୍‌ର ଭଉଣୀ ସହିତ ଦୁର୍ବ୍ୟବହାର କରିଥିବା କଥା ଭଗୀରଥ କହୁଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଉକ୍ତ ଝିଅ ସହିତ ଦୁର୍ବ୍ୟହାର କରିଥିବା କଥା ଶ୍ରୀରାମ ସ୍ବୀକାର କରୁଥିବା କଥା ମଧ୍ୟ ଗତ ବିଳମ୍ବିତ ସନ୍ଧ୍ୟାରେ ରିଲିଜ୍‌ ହୋଇଥିବା ଭିଡିଓରେ ଦେଖାଯାଉଛି। ଏଥିରେ ଶ୍ରୀରାମ କହୁଛନ୍ତି ଯେ, ଭଗୀରଥଙ୍କ ସାଙ୍ଗର ଭଉଣୀ ନିକଟକୁ ସେ ଆପତ୍ତିଜନକ ବାର୍ତ୍ତା ପଠାଇଥିଲେ। ଘଟଣା ବିଷୟରେ ଆଲୋଚନା କରିବାକୁ ଆସିଥିବା ମନ୍ତ୍ରୀଙ୍କ ପୁଅ ଭଗୀରଥଙ୍କ ସହିତ ମଧ୍ୟ ସେ ଦୁର୍ବ୍ୟବହାର କରିଥିଲା। ତାଙ୍କ ସହିତ ଓ ସେ ଝିଅ ସହିତ ଦୁର୍ବ୍ୟବହାର କରିଥିବାରୁ ଗଭୀରଥ ମତେ ଚାପୁଡ଼ା ମାରିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଘଟଣାଟି ୨ ମାସ ତଳର। ଏହାର ଆପୋ‌ସ ସମାଧାନ ହୋଇଯାଇଛି। ଆଉ ଏ ଭିଡିଓର କୌଣସି ଯଥାର୍ଥତା ନାହିଁ। ଦୟାପୂର୍ବକ ଏହାର ପ୍ରସାରଣ ବନ୍ଦ କରନ୍ତୁ। ରାଜ୍ୟ ‘ବିଜେପି’ ମୁଖ୍ୟ ବନ୍ଦୀ ସଞ୍ଜୟ କୁମାର ଅଭିଯୋଗ କରିଛନ୍ତି ଯେ, ରାଜନୈତିକ ଫାଇଦା ନିମନ୍ତେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କର ଏହା ଏକ ଷଡ଼ଯନ୍ତ୍ର।

Spread the love