ଡୋପ ଟେଷ୍ଟରେ ବିଫଳ ହେଲେ ଦୂତୀ ! ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ଅସ୍ବୀକାର କଲେ ଧାବିକା

ଭୁବନେଶ୍ବର: ଡୋପ ଟେଷ୍ଟରେ ବିଫଳ ହେଲେ ଅଲିମ୍ପିଆନ ଦୂତୀ ଚାନ୍ଦ। ଡୋପ ଟେଷ୍ଟରେ ଫଳାଫଳ ପଜେଟିଭ ଆସିଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ପରୀକ୍ଷାର ଫଳକୁ ଦେଖି ତାଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି। ଏଭଳି ଲେଖାଥିବା ସୂଚନା ନିଉଜ୍ ଏଜେନ୍ସି ପିଟିଆଇ ଟ୍ବିଟ କରିବା ପରେ ଏବେ ଖବରକୁ ନେଇ ଚାରିଆଡେ ଚର୍ଚ୍ଚା। ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଖବର ପ୍ରକାଶ ପାଇବା ସହ ଦୂତୀଙ୍କୁ ନିଲମ୍ବିତ କରାଯାଇଥିବା କୁହାଯାଇଛି। ହେଲେ ଏହାକୁ ଅସ୍ବୀକାର କରିଛନ୍ତି ଦୂତୀ।

ସେ କହିଛନ୍ତି ଯେ, ମୁଁ ଡୋପ ଟେଷ୍ଟରେ ବିଫଳ ହୋଇଛି ଏବଂ ମୋତେ ନିଲମ୍ବିତ କରାଯାଇଛି ବୋଲି ଲେଖାଥିବା ଚିଠିଟି ମିଛ। ମୋତେ ବଦନାମ କରିବା ପାଇଁ ଏଭଳି ଚିଠି ଭାଇରାଲ କରାଯାଉଛି। ଚିଠିରେ ନାଡାର ମେମୋ ନମ୍ବର ନାହିଁ କି କାହାର ଦସ୍ତଖତ ମଧ୍ୟ ନାହିଁ।

Spread the love