ପୁରୁଷ ହକି ବିଶ୍ବକପ୍‌: ନ୍ୟୁଜିଲାଣ୍ଡ ବିପକ୍ଷରେ ମାଲେସିଆ ୩-୨ ଗୋଲ୍‌ରେ ମ୍ୟାଚ୍‌ ଜିତିଲା

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ର ଷଷ୍ଠ ଦିନର ପ୍ରଥମ ମ୍ୟାଚ୍‌ ମାଲେସିଆ ଓ ନିଉଜିଲ୍ୟାଣ୍ଡ ମଧ୍ୟରେ ଖେଲାଯାଇଛି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ମାଲେସିଆ ୩-୨ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ମାଲେସିଆ ତରଫରୁ ସାରି ଫେଇଜଲ୍ ୨ଟି ଗୋଲ କରିଥିବା ବେଳେ ରହିମ ରାଜି ୧ ଗୋଲ କରିଛନ୍ତି। ସେହିପରି ନିଉଜିଲ୍ୟାଣ୍ଡ ତରଫରୁ ଫିଲିପ୍ସ ହଇଡେନ୍ ଏବଂ ସେମ୍ ଲେନ୍ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ସେମ ଲେନ ଏହି ଗୋଲ ସହିତ ନିଜ କ୍ୟରୀୟରର ୨୫୦୦ ଗୋଲ ସ୍କୋର କରିଛନ୍ତି। ଏହା ସହିତ ପୁଲ୍‌-ସିରେ ଦ୍ଵିତୀୟ ସ୍ଥାନରେ ରହିଛି ମାଲେସିଆ।

Spread the love