ମଣିଷ ଯେମିତି କାମ ବି ସେମିତି…

ମଣିଷ ଯେମିତି କାମ ବି ସେମିତି । କେତବେଳେ ଲୋକଙ୍କ ଦୁଃଖ କଷ୍ଟକୁ ଲାଘବ କରିବା ପାଇଁ ବସଷ୍ଟାଣ୍ଡରେ ଜନତା ଦରବାର କରନ୍ତି ତ ଆଉ କେତବେଳେ ବିଲରେ ବୁଲି ଚଷା ପୁଅର ଧର୍ମ ପାଳନ କରନ୍ତି । ମନ୍ତ୍ରୀ ଭାବେ ଅୟସ କରି ନୁହେଁ, ବରଂ ମୁଖ୍ୟମନ୍ତ୍ରୀ ଙ୍କ ସରଳତା ର ମନ୍ତ୍ର କୁ ସଠିକ ଭାବେ ନିଜ କର୍ମକ୍ଷେତ୍ରରେ ପ୍ରୟୋଗ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ମନ୍ତ୍ରୀ ଡଃ ଅରୁଣ ସାହୁ ।

ତାଙ୍କର ନିରାଡ଼ମ୍ବର ଜୀବନଯାପନ ର ଆଉ ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ସରକାରଙ୍କ ପକ୍ଷରୁ ମିଳିଥିବା ଗାଡି କୁ ପ୍ରତ୍ୟାଖ୍ୟାନ କରି ମନ୍ତ୍ରୀ ଆଜି ଟ୍ରେନ ଯୋଗେ ନିଜ ନିର୍ବାଚନମଣ୍ଡଳୀ ନୟାଗଡ଼ ଗସ୍ତ କରିଛନ୍ତି । ଏକାକି ଭୁବନେଶ୍ୱର ଷ୍ଟେସନ ଆସିବା ସହ କାଉଣ୍ଟର ରେ ନୟାଗଡ଼ ପାଇଁ ଟିକେଟ କାଟିଥିଲେ ମନ୍ତ୍ରୀ । ଏଭଳି ଦୃଶ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ନବୀନଙ୍କ ଅନ୍ୟ କିଛି ନେତା ବିଳାସବ୍ୟସନ ରେ ବ୍ୟସ୍ତ ରହୁଥିବା ସମୟରେ ଅରୁଣଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ସାଧୁବାଦ ଦିଆଯାଇଛି ।

Spread the love