ମୋରବୀ ବ୍ରିଜ ଦୁର୍ଘଟଣା ମାମଲା ; ଖୁବଶୀଘ୍ର ଗିରଫ ହେବେ ଓରେବା କମ୍ପାନୀର ମାଲିକ, ଲୁକଆଉଟ ନୋଟିସ ଜାରୀ

ଗତବର୍ଷ ଗୁଜରାଟର ମୋରବୀ ଠାରେ ହୋଇଥିବା ବ୍ରିଜ ଦୁର୍ଘଟଣା ମାମଲାରେ ଓରେବା କମ୍ପାନୀର ମାଲିକ ଜୟସୁଖ ପଟେଲଙ୍କ ନାମରେ ଲୁକଆଉଟ୍ ନୋଟିସ ଜାରି କରାଯାଇଛି  । ଏହାସହ ଏହି ମାମଲାରେ ତଦନ୍ତ କରୁଥିବା ପୋଲିସ ଚାର୍ଜସିଟରେ ଜୟସୁଖଙ୍କୁ ୍ରଅଭିଯୁକ୍ତ ବୋଲି ଦର୍ଶାଇଛି । ଏନେଇ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇନାହିଁ । କିନ୍ତୁ ପୋଲିସ ତରଫରୁ ଜୟସୁଖଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି ଓ ଲୁକଆଉଟ୍ ସର୍କୁଲାର ବି ଜାରି କରିଛି । ଏଥିରୁ ଅନୁମାନ କରାଯାଉଛି କି, ଖୁବଶୀଘ୍ର ଜୟସୁଖଙ୍କୁ ଗିରଫ କରିପାରେ ଗୁଜରାଟ ପୋଲିସ । ସେପଟେ ଦୁଇଦିନ ଆଗରୁ ଜୟସୁଖ ପଟେଲ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ସୂଚନା ଥାଉକି ଗୁଜରାଟର ମୋରବୀ ଜିଲ୍ଲାର ମଚ୍ଛ ନଦୀ ଉପରେ ନିର୍ମାଣ ହୋଇଥିବା ଝୁଲାପୁଲା ଭାଙ୍ଗିଯାଇଥିଲା । ପୋଲ ଭାଙ୍ଗିବା ବେଳେ ଏହା ଉପରେ ୩ଶହରୁ ୪ଶହ ଲୋକ ଥିଲେ । ହେଲେ ପୋଲ ଭାଙ୍ଗିବା ପରେ ୧୩୫ଜଣ ଲୋକ ମୃତ୍ରୁବରଣ କରିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା କି ପୋଲ ଯେବେ ଭାଙ୍ଗିଲା ତାର ୫ଦିନ ଆଗରୁ ୭ମାସର ମରାମତି ପରେ ପୋଲ ସାଧାରଣ ଲୋକଙ୍କ ପାଇଁ ଖୁଲାଯାଇଥିଲା । ହେଲେ ପୋଲ ସାଧାରଣ ଲୋକଙ୍କ ପାଇଁ ଖୁଲିବା ପୂର୍ବରୁ ମରାମତି କାମ କରିଥିବା କମ୍ପାନୀକୁ ଫିଟନେଓ ସାର୍ଟିଫିକେଟ ମିଳି ନଥିଲା ।

ଏହି ବ୍ରିଜର ମରାମତି ପାଇଁ ଓରେବା କମ୍ପାନୀକୁ ଠିକା ଦିଆଯାଇଥିଲା । ଏଭଳି ଦୁର୍ଘଟଣା ପରେ କମ୍ପାନୀ ଓ ତାର ମାଲିକଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଏହି ମାମଲା ଉପରେ ଗୁଜରାଟ ହାଇକୋର୍ଟ ଲଗାତର ଭାବେ ଶୁଣାଣି ଜାରି ରଖିଛି । ପୂର୍ବ ଶୁଣାଣି ବେଳେ ପୀଡିତ ପରିବାରକୁ ଉଚିତ ସହାୟତା ଦେବାକୁ କହିଥିଲେ । ହେଲେ ମୋରବୀ ବ୍ରିଜ ଦୁର୍ଘଟଣାରେ ପୀଡିତ ପରିବାରଗୁଡିକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ । ଏନେଇ ଯାଂଚ ପାଇଁ ଅନେକ କମିଟି ଗଠନ କରାଯାଇଛି । ଅନେକ ଲୋକଙ୍କ ଉପରେ ଅଭିଯୋଗ ରହିଛି ।

Spread the love