ନିଜ ପରିବାର ଠାରୁ ଦୂରେଇ ରହିବା ପାଇଁ କେହି ଚାହାଁନ୍ତିନି: ହ୍ୟୁମାନ

କଟକ: ଘନେଇବାରେ ଲାଗିଛି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ରଙ୍କ ପାରିବାରିକ ବିବାଦ। ଆରମ୍ଭରୁ ଏହି ଘଟଣାରେ ଚୁପ ରହିଥିବା ଶ୍ରୀୟା ଆଜି ପ୍ରଥମ ଥର ପାଇଁ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସ୍ବାମୀ ହ୍ୟୁମାନ ଓ ଶ୍ବଶୁର ଘର ଲୋକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଶ୍ରୀୟା। ତେବେ ଶ୍ରୀୟାଙ୍କ ସାମ୍ବାଦିକ ସମ୍ମିଳନୀ ପରେ ମୁହଁ ଖୋଲିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଶ୍ରୀୟାଙ୍କ ମିଛ ଅଭିଯୋଗ ନେଇ ସେ ଦୁଃଖୀତ ଓ ଏହା ସମାଧାନର ରାସ୍ତା ନୁହେଁ ବୋଲି ସେ କହିଛନ୍ତି । ନିଜ ପରିବାର ଠାରୁ ଦୂରେଇ ରହିବା ପାଇଁ କେହି ଚାହାଁନ୍ତିନି ବୋଲି କହିଛନ୍ତି ହ୍ୟୁମାନ।

Spread the love