ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ସ୍ୱାମୀର କଙ୍କାଳ

ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା କଙ୍କାଳ । ଝାରସୁଗୁଡା ବନହରପାଲିି ପୋଲିସ ଏହି କଙ୍କାଳ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା କଙ୍କାଳ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡାର ଆମତାପାଳିର ଡମ୍ବରୁଧର ପାତ୍ର ବୋଲି ଜଣାପଡିଛି । ଯିଏକି ଅଢେଇ ବର୍ଷ ହେବ ନିଖୋଜ ଥିଲେ । ଡମ୍ପୁରୁଧରଙ୍କୁ ତାଙ୍କ ସ୍ତ୍ରୀ ଦମୟନ୍ତୀ ନାୟକ ଓ ଶଳା ଲମ୍ବୋଧର ନାୟକ ହତ୍ୟା କରିଥିବା କୁହାଯାଉଛି । ଡମ୍ପୁରୁଧରଙ୍କୁ ହତ୍ୟା କରି ଘର ପାଇଖାନା ଟାଙ୍କିରେ ପୋତିଦେଇଥିବା ଅଭିଯୋଗ ରହିଛି । ପୋଲିସ ଏବେ ଉଭୟ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି । ଅଢେଇ ବର୍ଷ ପରେ ପୋଲିସ ପାଇଖାନା ଟାଙ୍କି ଖୋଲି ଡମ୍ପୁରୁଧରଙ୍କ କଙ୍କାଳ ଉଦ୍ଧାର କରିଛି । ୨୦୨୦ ମସିହା ଜୁନ୍ ୧୬ ତାରିଖରୁ ନିଖୋଜ ଥିଲେ ଡମ୍ପୁରୁଧର ।

Spread the love