ଶନିଦେବଙ୍କୁ କୋଟିଏ ଟଙ୍କାର ସୁନା କଳସ ଦାନ କରିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଶନିଦେବଙ୍କୁ କୋଟିଏ ଟଙ୍କାର ସୁନା କଳସ ଦାନ । ମହାରାଷ୍ଟ୍ର ଅହମ୍ମଦନଗର ଶନି ଶିଙ୍ଗଣାପୁରରେ ଥିବା ଶନିଙ୍କ ମନ୍ଦିରକୁ ତ୍ରିବେଣୀ ଅମାବାସ୍ୟାରେ ପ୍ରାୟ ୧ କୋଟି ଟଙ୍କାର ସୁନାକଳସ ଦାନ । ୭୦୦ଗ୍ରାମ ସୁନା ଓ ୫୦କେଜି ରୂପାରେ ତିଆରି ହୋଇଛି ଏହି କଳସ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ ବହୁମୂଲ୍ୟ କଳସ ଦେଇଥିବା ଚର୍ଚ୍ଚା ହେଉଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତ୍ରିବେଣୀ ଅମାବାସ୍ୟାରେ ମହାରାଷ୍ଟ୍ର ଅହମ୍ମଦନଗର ଶନି ଶିଙ୍ଗଣାପୁର ପୀଠକୁ ସେ ଯାଇଥିବା ସ୍ପଷ୍ଟ କରିଛନ୍ତି। ସେଠାରେ ଶନିଙ୍କୁ ଦର୍ଶନ କରିଛନ୍ତି। ତେବେ କୋଟିଏ ଟଙ୍କାର ସୁନା କଳସ ପ୍ରସଙ୍ଗରେ କହିଛନ୍ତି, ଶନିଦେବଙ୍କ ଠାରେ ସୋରିଷ ତେଲର ଗଡୁ ଦିଆଯାଏ। ସେ ୧୦ଲକ୍ଷ ଟଙ୍କା ମନ୍ଦିରରେ ଦାନ କରିଥିବା ମନ୍ତ୍ରୀ ନବ ଦାସ କହିଛନ୍ତି।

Spread the love